News
lipub
samparksetu

କେନାଲ ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ ବ୍ଲକ ମାଣିକ ମରା ପଞ୍ଚାୟତ କାଦପଡ଼ା ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ବାମ କେନାଲରେ ଏକ ମହିଳାଙ୍କ ଶବ ଭାସୁଥିବା ର ଦେଖି ଦଦରା ଘାଟି ଫାଣ୍ଡି ଅଧିକାରୀ ଙ୍କୁ ଜଣାଇଥିଲେ। ଦଦରା ଘାଟି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କେନାଲ ଦୁଇ ହୁଡ଼ା ରେ ଶହ ଶହ ଲୋକ ରୁଣ୍ଡ ହୋଇ ସାରିଥିଲେ।

କିନ୍ତୁ କେହି ଶବ ପାଖକୁ ଯାଇ ପାରୁନଥିଲେ। ପୋଲିସ ପହଞ୍ଚିଲା ପରେ ମୃତଦେହ କୁ ଉପରକୁ ଆଣିବା ପରେ ଲୋକମାନେ ଚିହ୍ନି ଥିଲେ ଯେ ମାଣିକ ମରା ପଞ୍ଚାୟତ ଅନ୍ଧାରୀଖୋଲ ଗ୍ରାମର ରାହାସ ପ୍ରଧାନଙ୍କ ସ୍ତ୍ରୀ ପରୀ ପ୍ରଧାନ (୪୨)। ଘଟଣା ସମ୍ପର୍କରେ ବୁଝିବାରୁ ସେ ବେଶ୍ କିଛି ଦିନ ହେଲା ଭୁବନେଶ୍ୱର ଏମ୍ସ ରେ ବ୍ରେନ୍ ଟ୍ୟୁମର ଅପରେସନ ହୋଇଥିଲେ। କିନ୍ତୁ ସେ ସେଥିରୁ ଉପକୃତ ହୋଇନଥିଲେ। ବେଶ୍ କିଛି ଦିନ ହେଲାଣି ମାନସିକ ଭାରାକ୍ରାନ୍ତ ଅବସ୍ଥାରେ ଥିଲେ। ଗତ ଦୁଇ ଦିନ ତଳେ ଘରୁ କେଉଁଆଡେ ଚାଲି ଯାଇଥିଲେ। ଆଜି ଦିଟା ବେଳକୁ କେନାଲ ରେ ଭାସୁଥିବା ସ୍ଥାନୀୟ ଲୋକ ଲୋଚନକୁ ଆସିଥିଲେ।ଦଦରା ଘାଟି ଫାଣ୍ଡି ଅଧିକାରୀ ସୁଜିତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

new life
You might also like
error: Content is protected !!