News
lipub
samparksetu

ଦ୍ୱିତୀୟ ପତ୍ନୀକୁ ହତ୍ୟା ଅଭିଯୋଗ ,ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ୍ ଗାଁ ତରାଟପାଳ ସାହିରେ ସ୍ତ୍ରୀକୁ ନିର୍ମମ ଭାବେ ଜଣେ ପିଶାଚ ସ୍ୱାମୀ ହତ୍ୟା କରିଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଗାଁର ୨୮ ବର୍ଷୀୟା ମହିଳା ସୋମବାରି ଗୋୟା । ଅଭିଯୋଗକୁ ଭିତ୍ତିକରି ପରଜଙ୍ଗ ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ,ବାମ ଗାଁ ତରାଟପାଳ ସାହିର ମହେନ୍ଦ୍ର ଗୋୟାଙ୍କ ଦ୍ୱିତୀୟ ସ୍ତ୍ରୀ ସୋମବାରିଙ୍କ ମଧ୍ୟରେ ଗତ କିଛି ଦିନ ହେବ କଳହ ଲାଗି ରହିଥିଲା । ଆଜି ଅପରାହ୍ନରେ ଗାଁ ପାଖ ଜଙ୍ଗଲରେ ସୋମବାରିଙ୍କ ମୃତ ଦେହ ପଡିଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ପାରିପାଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ତେବେ ସୋମବାରି ପୂର୍ବରୁ ଦୁଇ ଜଣଙ୍କୁ ବିବାହ କରି ସାରିଥିଲେ । ମହେନ୍ଦ୍ର ହେଉଛନ୍ତି ତାଙ୍କର ତୃତୀୟ ସ୍ୱାମୀ । ତେବେ ସାଇଣ୍ଟିଫିକ ଟିମର ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।

new life
You might also like
error: Content is protected !!