News
lipub
samparksetu

ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀକୁ ପୋଖରୀ ରେ ବୁଡେଇ ମାରିଲା ସ୍ଵାମୀ !

ପକ୍ଷାଘାତ ରୋଗରେ ଆକ୍ରାନ୍ତ ସ୍ତ୍ରୀକୁ ପୋଖରୀ ରେ ବୁଡେଇ ମାରିଲା ସ୍ଵାମୀ।ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ବାପ୍ ଘର ଲୋକ।ଏହି ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ରାମଚନ୍ଦ୍ରପୁର୍ ଗାଁରେ।

ଗାଁ ର ଦିଲୀପ ବେହେରା ତାଙ୍କ ପକ୍ଷାଘାତ ରୋଗରେ ପୀଡିତ ଥିବା ପତ୍ନୀ ଙ୍କୁ ପୋଖରିକୁ ଗାଧୋଇବା କୁ ଡାକି , ପାଣି ରେ ବୁଡାଇ ମାରିଥିବା, ମୃତ ମହିଳାଙ୍କ ବାପ୍ ଘର ଲୋକ ଅଭିଯୋଗ କରିଛନ୍ତି। ଖବର୍ ପାଇଁ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରିରୁ ମହିଳା ଙ୍କ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ, ଅଧିକ୍ ତଦନ୍ତ ଜାରି ରଖିଛନ୍ତି ।ସେପଟେ ଫେରାର ଅଭିଯୁକ୍ତ ସ୍ୱାମୀ କୁ ଖୋଜୁଛି ପୋଲିସ।

new life
You might also like
error: Content is protected !!