News
lipub
samparksetu

ରୋଗୀଙ୍କ ଜୀବନ ମରଣ ସହିତ ଖେଳ , ଜିଲ୍ଲାରେ ପଞ୍ଜିକରଣ ନଥାଇ ଚାଲିଛି ବେଆଇନ ପାଥୋଲାବ

ଢେଙ୍କାନାଳ ଜିଲ୍ଲା ରେ ସହର ସହିତ ବିଭିନ୍ନ ଗ୍ରାମାଞ୍ଚଳରେ ବିନା ପଞ୍ଜିକରଣରେ କାର୍ଯ୍ୟକରୁଛି ଶତାଧିକ ପାଥୋଲାବ୍ । ଅନଭିଜ୍ଞ ପାଥୋଲୋଜିଷ୍ଟ ମାନଙ୍କ ଦ୍ୱାରା ବିଭିନ୍ନ ପରୀକ୍ଷା କରାଯାଉଥିବା ବେଳେ ରୋଗୀଙ୍କ ଜୀବନ ମରଣ ସହିତ ଖେଳ ଖେଳୁଥିବାର ଅଭିଯୋଗ ହେଉଛି ।

ଏମିତି କି ମାଟ୍ରିକ ଓ ପ୍ଲସ ଟୁ ଫେଲ ଛାତ୍ରଛାତ୍ରୀଙ୍କ ସହିତ କଳା ବିଭାଗର ଛାତ୍ରଛାତ୍ରୀ ସାଜିଛନ୍ତି ପାଥୋଲୋଜିଷ୍ଟ । ଜିଲ୍ଲା ତଥା ବିଭିନ୍ନ ବଜାରରେ ରହିଛି ଶତାଧିକ ପାଥୋଲାବ୍ । ପାଥୋଲାବ ଗୁଡିକ ରୋଗୀ ମାନଙ୍କ ମଳ,ମୂତ୍ର,ରକ୍ତ,ଗର୍ଭ,କଫ ସହିତ ବିଭିନ୍ନ ପରୀକ୍ଷା କରିବାସହିତ ମ୍ୟାଲେରିଆ,ଟାଏଫଏଡ୍‌,ମଧୁମେହ ପରୀକ୍ଷା କରୁଛନ୍ତି ।ସରକାରଙ୍କ ନିୟମ ଅନୁସାରେ ପାଥୋ ଲାବ୍‌ ଖୋଲିବା ପୂର୍ବରୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ନିତୀ ନିୟମ ଅନୁସାରେ କାର୍ଯ୍ୟ କରିବା
ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଛି ।

ପାଥୋଲାବ ପାଇଁ ସରକାରଙ୍କ ନିର୍ଦ୍ଦେଶାନାମା ୧୬୪୪୧ ଜୁନ ୨୨ ତାରଖ ୨୦୧୭ ମସିହା ଅନୁସାରେ ପାଥୋଲାବ ପାଇଁ ଜଣେ ଏମ୍‌ବିବିଏସ୍ ଡିଗ୍ରୀ ଧାରୀ କନସଲାଟ ରହିବାର ନିୟମ ରହିଛି ।ପାଥୋ ଲାବରେ ୩ ଟା ଘର,୩ ଜଣ ଟେକନିସିଆନ ରହବା କଥା କିନ୍ତୁ ଅନଭିଜ୍ଞ କର୍ମଚାରୀଙ୍କୁ ନେଇ ଚାଲିଛି କାର୍ଯ୍ୟ ।

ପାଥୋଲାବ ପାଇଁ ପାଥୋଲୋଜି,ବାଇଓ କେମେଷ୍ଟ୍ରି ,ମାଇକ୍ରୋ ବାଇଓଲୋଜି ତାଲିମ୍ ଧାରୀ ପାଥୋଲୋଜିଷ୍ଟ ମାନେ କାର୍ଯ୍ୟକରିବାର ନିୟମ କରାଯାଇଛି । ସେହିପରି କୌଣସି ସ୍ୱିକୃତୀ ପ୍ରାପ୍ତ ଅନୁଷ୍ଠାନ କିମ୍ବା ଏଆଇସିଟିଇ ଦ୍ୱାରା ଅନୁମୋଦନ ପାଇଥିବା ସଂସ୍ଥାରୁ ଲାବୋରେଟୋରୀ ଟେକ୍‌ନିସିଆନ ଦକ୍ଷତା ହାସଲ ପରେ ପାଥୋଲାବରେ କାର୍ଯ୍ୟକରିବାର ନିୟମ ରହିଛି । ମାତ୍ର ଢେଙ୍କାନାଳ ଜିଲ୍ଲାରେ ଏହାର ସମ୍ପୁର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଭିନ୍ନ ପାଥୋଲାବରେ ଅନଭିଜ୍ଞ ବେକାର ଯୁବକ ଯୁବତୀ ମାନଙ୍କୁକାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି ଯୁବକ ଯୁବତୀ ମାନେ କୌଣସି ସଂସ୍ଥାରୁ ତାଲିମ୍ ପାଇବା ତ ଦୂରର କଥା ସେମାନଙ୍କ ନିକଟରେ କୌଣସି ପ୍ରକାର ପ୍ରମାଣ ପତ୍ର ନାହିଁ ।

ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇ ବଭିନ୍ନ ପରୀକ୍ଷା କରାଯାଉଥିବାର ଜଣାପଡିଛି । ଏପରିକି ବିଜ୍ଞାନ ଶିକ୍ଷା ପାଇନଥିବା ଯୁକ୍ତ ଦୁଇ ବା ଯୁକ୍ତ ତିନି କଳା କିମ୍ବା ମାଟ୍ରିକ ଫେଲ ଏପରିକି କଳାବିଭାଗର ଯୁବକ ଯୁବତୀ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇ ପାଥୋଲାବ୍ ଗୁଡିକ ରୋଗୀ ମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି ।

ବିଜ୍ଞାନ ତାଲିମ୍ ନଥିବା ଯୁବକ ଯୁବତୀମାନେ କିଭଳି ପରୀକ୍ଷା କରୁଥିବେ ତାହା ସାଧାରଣରେ ଅନୁମେୟ । ସେହିପରି ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ମାନେ ଏହି ରିପୋର୍ଟକୁ ଗ୍ରହଣ କରି କିପରି ଔଷଧ ପ୍ରଦାନ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ।ସହରରେ ଥିବା ୫୦ରୁ ଅଧିକ ପାଥୋଲାବ ବିନା ପଞ୍ଜିକରଣରେ ଚାଲିଥିବାର ଜଣାପଡିଛି ।ଗୋଟିଏ ପାଥୋଲାବ୍‌ରେ ଯାହା ଯାହା ସରଞ୍ଜାମ ରହିବା ତାହା ରହିବା ତ ଦୂରର କଥା ବହୁ ପୁରାତନ ଯନ୍ତ୍ରପାତିରେ ପରୀକ୍ଷା ନିରୀକ୍ଷା ଚାଲିଛି ।

ରୋଗୀମାନ କୌଣସି ତଥ୍ୟ ନନେଇ ସେମାନଙ୍କ ନିକଟରେ ପରୀକ୍ଷା କରିବା ସହିତ ଶୋଷଣରୁ ଶିକାର ହେଉଛନ୍ତି । କେତେକ ଡାକ୍ତର ଏକ ନିର୍ଦ୍ଦିଷ୍ଟ ପାଥୋଲାବରେ ପରୀକ୍ଷା ନକଲେ ଔଷଧ ଲେଖୁନଥିବାର ଅଭିଯୋଗ ହେଉଛି । ରୋଗୀ ମାନେ ବିଭିନ୍ନ ରୋଗର ନିଦାନ ନିମନ୍ତେ ପାଥୋଲାବ ଗୁଡିକ ଉପରେ ନିର୍ଭର କରୁଥିବା ବେଳେ ପାଥୋଲାବ ଗୁଡିକ ରୋଗୀଙ୍କ ଜୀବନ ମରଣ ସହିତ ଖେଳ ଖେଳୁଥିବାର ଜଣାପଡିଛି ।

ଅନେକ ସମୟରେ ଗୋଟିଏ ପରୀକ୍ଷା ଭିନ୍ନ ଭିନ୍ନ ପାଥୋଲାବ୍‌ରେ ପରୀକ୍ଷା କଲେ ଭିନ୍ନ ଭିନ୍ନ ରିପୋର୍ଟ ମିଳୁଥିବାର ଜଣାପଡିଛି । ଦୀର୍ଘ ବର୍ଷ ଧରି ଏହି ପାଥୋଲାବ ଗୁଡିକ କାର୍ଯ୍ୟ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେବାତ ଦୂରର କଥା କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଦୌ ରାଜି ନୁହଁନ୍ତି ।

ଜିଲ୍ଲାରେ ଥିବା ଶହ ଶହ ପାଥୋଲାବ ମଧ୍ୟରୁ ହାତ ଗଣତି କେତୋଟି ଲାବ ବ୍ୟତିତ ଅନ୍ୟ କୌଣସି ଲାବର ପଞ୍ଜିକୃତ ହୋଇନଥିବାର ଜଣାପଡିଛି । ଜିଲ୍ଲାରେ ବେଆଇନ ଭାବରେ ଶହଶହପାଥୋ ଲାବ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର କୌଣସି ପଦକ୍ଷେପ ନାହିଁ । ଫଳରେ ରୋଗୀମାନେ ଭୁଲ ନିଦାନର ଶିକାର ହେଉଥିବା ବେଳେ ମୃତ୍ୟୁ ମୁଖରେ ପଡୁଥିବାର ଅଭିଯୋଗ ହେଉଛି ।

new life
You might also like
error: Content is protected !!