News
lipub
samparksetu

ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଖଣ୍ଡତିରୀ ଗ୍ରାମର ନିଖୋଜ ଥିବା ଜଣେ ବିବାହିତା ମହିଳା ର ଗଳିତ ଶବ କୁ ଆଜି ପୋଲିସ ଜବତ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ଖବର ରୁ ଜଣାଯାଏ ଖଣ୍ଡତିରୀ ଗ୍ରାମର ବ୍ରଜବନ୍ଧୁ ନାଏକ ଙ୍କ ପତ୍ନୀ ଭାରତୀ ନାଏକ ଗତ ୨୮ ତାରିଖରେ ରେ ମାଡୁଆ ନୂଆ ସାହି ଗ୍ରାମର ତାଙ୍କ ପୂର୍ବତନ ପ୍ରେମିକ ସରବ ସାହୁ ଙ୍କ ସହ ଫେରାର ହୋଇ ଯାଇଥିବାର ବ୍ରଜବନ୍ଧୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହାକୁ ନେଇ ମାଡୁଆ ଗ୍ରାମର ସମ୍ପୃକ୍ତ ଯୁବକ ଙ୍କୁ ପୋଲିସ ଥାନା କୁ ଆଣି ପଚରା ଉଚୁରା କରିଥିଲେ ମଧ୍ୟ ମହିଳା ଙ୍କ କୌଣସି ସୁରାକ ମିଳି ନଥିଲା । ସେହି ଦିନ ଠାରୁ ଭାରତୀ ଙ୍କ କୌଣସିି ପତ୍ତା ମିଳି ନଥିବା ବେଳେ ଆଜି ତାଙ୍କର ଗଳିତ ମୃତ ଦେହ ଏକ ପଥର ଖଣିରୁ ମିଳିବା ନେ଼ଇ ଅଞ୍ଚଳ ରେ ଆଲୋଚ୍ୟ ବିଷୟ ହୋଇଛି । ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!