News
WhatsApp Image 2023-10-04 at 17.25.00
samparksetu

ସାଂସଦ ଙ୍କ ଗାଡ଼ି ଧକ୍କାରେ ଜଣେ ମୃତ

ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କା ରେ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କାମାକ୍ଷାନଗର ଥାନା ଅଞ୍ଚଳର ସର୍ବେଶ୍ୱର ଚୌଧୁରୀ ।

ସୂଚନା ଅନୁଯାୟୀ , ଜୁଏଲଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱର ରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ ସର୍ବେଶ୍ୱର ଚୌଧୁରୀ ଙ୍କ ବାଇକ କୁ ଧକ୍କା ଦେଇଥିଲା । ଫଳରେ ସର୍ବେଶ୍ୱର ଘଟଣା ସ୍ଥଳ ରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଏହା ଦେଖି ଜୁଏଲ ନିଜ ପାଇଲଟିଂ ଗାଡି ରେ ସର୍ବେଶ୍ୱର ଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ l ସେଠାରେ ଡାକ୍ତର ସର୍ବେଶ୍ୱର ଙ୍କୁ ମୃତ ଘୋଷଣା କରିଛନ୍ତି l

new life
You might also like
error: Content is protected !!