News
WhatsApp Image 2023-10-04 at 17.25.00
samparksetu

ପ୍ଳାଣ୍ଟ ଉପରୁ ପଡ଼ି ଯୁବ ଇଞ୍ଜିନିୟର ଗୁରୁତର

ଢେଙ୍କାନାଳ ଜିଲ୍ଲାର ଝାଡବନ୍ଧ ସ୍ଥିତ ରୁଙ୍ଗଟା କମ୍ପାନୀରେ ପୁଣି ଅଘଟଣ।କୋଲଡ ୱାସରି ପ୍ଲାଣ୍ଟ ଉପରୁ ପଡି ଯୁବ ଇଞ୍ଜିନିୟର ଗୁରୁତର। ଇଞ୍ଜିନିୟର ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନ ଶିବପୁର ପଞ୍ଚାୟତ କୁଚିଳାମଡା ଗାଁର ନନ୍ଦ କିଶୋର ବେହେରା। ଗତକାଲି ରାତିରେ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ସମୟରେ ଉପରୁ ଖସି ପଡ଼ିଥିଲେ ।

ତାଙ୍କୁ ତୁରନ୍ତ ଅନୁଗୁଳ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଅଶ୍ଵିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ତାଙ୍କ ମୁଣ୍ଡ, ଗୋଡ଼,ପିଞରାରେ ଗଭିର ଆଘାତ ଲାଗିଥିବା ପରିବାର ପକ୍ଷରୁ ପ୍ରକାଶ। ସୂଚନା ଅନୁଯାୟୀ ନନ୍ଦକିଶୋର ପଲସର ନାମକ ଠିକାସଂସ୍ଥା ମନୋଜ ରାଉତଙ୍କ ପାଖରେ କାମ କରୁଥିଲେ। ରୁଙ୍ଗୁଟା କମ୍ପାନୀରେ ବାରମ୍ବାର ଦଃର୍ଘଟଣା ଘଟିବା ଫଳରେ କମ୍ପାନୀର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ନୀରିହ ଲୋକମାନଙ୍କର ଧନ ଓ ଜୀବନ ନଷ୍ଟ ହେଉଥିବାରେ ଲାଗିଛି।ନ୍ତି

new life
You might also like
error: Content is protected !!