News
lipub
samparksetu

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତଗର୍ତ ନରଣପୁର ଗ୍ରାମରେ ଜନୈକ ଯୁବକଙ୍କୁ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିବାରୁ ଯୁବକ ଜଣକ ଗରୁତର ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି l

ଦୟାନିଧି ମଲିକଙ୍କ ଅନୁସାରେ ତାଙ୍କ ପଅୁ ମାନସ ମଲକି ସକାଳ ୯ଟାରେ କାର୍ଯ୍ୟ କୁ ଯାଉଥିବା ବେଳେ ଗ୍ରାମର ଗଣେଶ୍ୱର ମଲିକଙ୍କ ପଅୁ ଶକ୍ତି ମଲିକ , ନୃସିଂହ ମଲିକ ଙ୍କ ପୁଅ ଶ୍ରୀଧର ମଲିକ ,କାର୍ତ୍ତିକ ମଲକ ଙ୍କ ପୁଅ ଆଲୋକ ମଲିକ,ଗଣେଶ୍ୱର ମଲିକଙ୍କ ପୁଅ ସଞ୍ଜିତ ମଲିକ ଓରଫ ନାଣ୍ଡୁ,ଶ୍ରୀଧର ମଲିକ ଙ୍କ ପୁଅ ଆଦି ମଲିକ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିବା ସହିତ ଏକ କାଠ ଫାଳିଆରେ ନିସ୍ତୁକ ମାଡ ମାରିଥିଲେ ।

ମାନସର ମୁଣ୍ଡ ପଛ ପାଖରେ ଗଭୀର ଆଘାତ ଲାଗିବା ସହତି ପ୍ରଚୁର ରକ୍ତସ୍ରାବ ହେବାରୁ ତାଙ୍କୁ ପରବାର ଲୋକ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡିଛି । ଏହି ଗଣ୍ଡଗୋଳ ସମୟରେ ସାହିର ଟୁଟୁ ମଳିକ,ଅଭି ମଲିକ ଏବଂ କିରଣ ମଲିକ ଛଡାଇବାକୁ ଆସିବା ରୁ ସେମାନଙ୍କୁ ମଧ୍ୟ ମାଡ ମାରିଥିବାର ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ମାନସର ବାପା ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।

new life
You might also like
error: Content is protected !!