News
lipub
samparksetu

ମେସିନ ଲଗାଇ ମନରେଗା କାର୍ଯ୍ୟ , ବିଡିଓଙ୍କୁ ଶ୍ରମିକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବେଗା ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ବଦଳରେ ମେସିନରେ କାର୍ଯ୍ୟ ହେଉଥିବା ଶ୍ରମିକ ମାନେ ବିଡ଼ିଓ ଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।

ଏହା ପରେ ମଧ୍ୟ କୌଣସି କାର୍ଯ୍ୟ।ନୁୂଷ୍ଠାନ ନହେବାରୁ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବେଗା ଗ୍ରାମ ପଞ୍ଚାୟତରେ ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀର ଏବଂ ଆଦିବାସୀ ବହଳୁ ପଞ୍ଚାୟତ ଅଟେ ।ସରକାରଙ୍କ ତରଫରୁ ଏହି ପଞ୍ଚାୟତରେ ମନରେଗା ଯୋଜନାରେ ଶ୍ରମକ ମାନଙ୍କୁ ଲଗାଇ କାର୍ଯ୍ୟ କରିବାକୁ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି ।

ମନରୋଗା ଯୋଜନାରେ ପଞ୍ଚାୟତକୁ ଆସିଥିବା ମୋ ପୋଖରୀ
ଯୋଜନାରେ କାର୍ଯ୍ୟ ହେଉଥିବା ବେଳେ ଶ୍ରମିକ ମାନଙ୍କୁ ନଲଗାଇ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଥିବାର ଅଭିଯୋଗ ହୋଇଛି ।
କରଡାବଣି କେନ୍ଦୁ ସାହିରେ ମଧ୍ୟ ଏକ ପୋଖରୀ କାର୍ଯ୍ୟ ମେସିନ ଲଗାଇ କରା ଯାଉଥିବାର ଶ୍ରମିକ ମାନେ ବିଡ଼ିଓ ଙ୍କୁ ଅଭିଯୋଗ କରିଛନ୍ତି ।ଏ ସଂକ୍ରାନ୍ତରେ ଗ୍ରାମର ଅମ୍ବଜୁ ଚରଣ ରାଉତ ଏବଂ ଅନ୍ୟମାନେ ଦାବି କରିଛନ୍ତି ।

new life
You might also like
error: Content is protected !!