ଆଜି ଅପରାହ୍ନ ଦିନ ୩ ଘଟିକା ସମୟରେ ଜନ ସିକ୍ଷଣ ସଂସ୍ଥାନ , ଢେଙ୍କାନାଳ ତରଫରୁ ଏହାର ପରିସର ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଅରୁଣୋଦୟ ସ୍ବାଇଁ ଅଧ୍ୟାପକ ଏସ୍ ଏସ୍ ମହାବିଦ୍ୟାଳୟ ଷଡ଼ଙ୍ଗୀ, ଢେଙ୍କାନାଳ।
ସମ୍ମାନୀତ ଅତିଥି ଭାବରେ ଭାବରେ ମିସ୍ ସଙ୍ଗୀତା ଦାଶ , ୟଙ୍ଗ ପ୍ରଫେସ୍ନାଲ୍ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଢେଙ୍କାନାଳ, ମୁଖ୍ୟ ବକ୍ତା ଭାବରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଶ୍ରୀମାନ୍ ବିପ୍ରବର ବେହେରା ଓ ଜନ ଶିକ୍ଷଣ ସଂସ୍ଥାନ ଢେଙ୍କାନାଳ ର ନିର୍ଦେଶକ ଶ୍ରୀଯୁକ୍ତ ମାନସ ରଞ୍ଜନ ଦାଶ ମହୋଦୟ ଉପସ୍ଥିତ ଥିଲେ।
ଜନ ଶିକ୍ଷଣ ସଂସ୍ଥାନ ର କର୍ମଚାରୀ ଶ୍ରୀଯୁକ୍ତ ପ୍ରବୀଣ କୁମାର ରାଉତ ଉକ୍ତ ସଭାକୁ ପରିଚାଳନା କରିଥିଲେ। ପ୍ରଥମେ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା। ଏବଂ ସେମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।
ତତ୍ ପରେ ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଅତିଥି ମାନଙ୍କ ଦ୍ଵାରା ମାତୃଭାଷା ସମ୍ଵନ୍ଧରେ ବିସ୍ତୃତ ଭାବରେ ବକ୍ତବ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ପ୍ରାୟ ୪୭ ଜଣ ହିତାଧିକାରୀ ଯୋଗଦେଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ମାତୃଭାଷା ଉପରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ପରିଶେଷରେ ୩ ଜଣ ବିଜୟୀ ପ୍ରତିଯୋଗୀ ଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ ଶ୍ରୀଯୁକ୍ତ ରାଉତ ଙ୍କ ଦ୍ଵାରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା।
