News
WhatsApp Image 2023-10-04 at 17.25.00
samparksetu

ନଦୀରେ ବୁଡ଼ିଗଲେ ଛାତ୍ର

ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଛାତ୍ର ଜଣଙ୍କ ବାଲେଶ୍ୱରର ସନତ କୁମାର ମହାଳିକ।

ସନତ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନର ବିଟେକ ଶେଷ ବର୍ଷର ଛାତ୍ର ଥିଲେ ।ସେ ଆଜି ଅପରାହ୍ନରେ କଲେଜ ପଛ ପାଖ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ନଦୀର ଜଳ ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

new life
You might also like
error: Content is protected !!