News
WhatsApp Image 2023-10-04 at 17.25.00
samparksetu

ପଞ୍ଚାୟତ ଅଫିସରୁ ତାଲା ଭାଙ୍ଗି ଲୁଟିନେଲେ ଭତ୍ତା ଟଙ୍କା

ତୁମୁସିଙ୍ଗା ଥାନା ବାରୁଆଁ ( କ)ପଞ୍ଚାୟତ କାର୍ଯ୍ୟାଳୟରୁ ଲୁୁଟ।ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଅଫିସର ତାଲାକୁ କାଟି ଅଫିସ ପରିସର ଭଙ୍ଗାରୁଜା କରିବା ସାଙ୍ଗକୁ ଆଲମାରିରେ ଥିବା ଭତ୍ତା ଓ ହରିଶଚନ୍ଦ୍ର ଯୋଜାନାର ଟଙ୍କା ସବୁ ଲୁଟ ହୋଇଥିବା ଜଣାପଡିଛି।ସେହିପରି ପଞ୍ଚାୟତ ଅଫିସ ପରିସରରେ ଥିବା ଆମ ବ୍ୟାଙ୍କ ଓ ଏକ ମେଡିକାଲକୁ ମଧ୍ୟ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ପସିବା ସହ ସେଠାରୁ ମଧ୍ୟ ସିସିଟଭିର ହାର୍ଡଡିସ୍କ,ଇନଭଟର ଓ ଅନ୍ୟାନ୍ୟ ସାମଗ୍ରି ମଧ୍ୟ ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ସରପଞ୍ଚ ଓ ପଞ୍ଚାୟତ ଅଧିକାରି ଅଫିସକୁ ଆସି ଦେଖିବା ପରେ ଘଟଣା ଜଣାପଡିଥିଲା।ତେବେ ଏନେଇ ପଞ୍ଚାୟତ ତରଫରୁ ତୁମୁସିଙ୍ଗା ଥାନାରେ ଅଭିଯୋଗ ହୋଇଛି।ପୋଲିସ ଆସି ତଦନ୍ତ କରିବା ପରେ କେତେ ଟଙ୍କା ଓ ଆଉ କଣ ସବୁସାମଗ୍ରି ଲୁଟ ହୋଇଛି ସେନେଇ ସମସ୍ତ ତଥ୍ୟ ଜଣାପଡିବ ବୋଲି ସରପଞ୍ଚ କହିଛନ୍ତି।ପଞ୍ଚାୟତରେ ଜଗୁଆଳି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଏପରି ଲୁଟ କରିଥିବା ଜଣାପଡିଛି।

new life
You might also like
error: Content is protected !!