News
lipub
samparksetu

ଯୌତୁକ ଟଙ୍କା ନମିଳିବାରୁ ଆଠ ମାସ ର ଶିଶୁ ପୁତ୍ରକୁ ଧରି ସ୍ୱାମୀ ଫେରାର

ଯୌତୁକ ଟଙ୍କା ନମିଳିବାରୁ ୮ ମାସର ଶିଶୁପୁତ୍ରକୁ ଧରି ସ୍ଵାମୀ ଫେରାର୍। ଥାନାର ଦ୍ଵାରସ୍ଥ ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବେଲପାଳ ଗ୍ରାମରେ ଏଭଳି ଘଟଣା ଘଟିଛି। ଭୁବନ ଥାନା ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

ସୂଚନାଅନୁଯାୟୀ, ଭୁବନ ଥାନା ବେଲପାଳ ଗ୍ରାମର ଲକ୍ଷ୍ମୀଧର ମହାରଣା ତାଙ୍କର ସାନ ଝିଅ ରଞ୍ଜୁ ମହାରଣାଙ୍କୁ କାଶୀପୁର ଗ୍ରାମର ଟସେଇ ମହାରଣାଙ୍କ ପୁଅ ପିଣ୍ଟୁ ମହାରଣାଙ୍କ ସହ ବିବାହ କରାଇଥିଲେ l ହେଲେ ଯୌତୁକ ଟଙ୍କାକୁ ନେଇ ପିଣ୍ଟୁ ବିଭିନ୍ନ ସମୟରେ ରଞ୍ଜୁଙ୍କୁ ନିର୍ଯାତନା ଦେଉଥିଲେ। ଏନେଇ ଦୁଇ ପରିବାର ମଧ୍ୟରେ ଆପୋଷ ସମାଧାନ ମଧ୍ୟ ହୋଇଥିଲା। ଏହାରି ମଧ୍ୟରେ ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ଶିଶୁ ପୁତ୍ରକୁ ଧରି ରଞ୍ଜୁ ତାଙ୍କ ବାପ ଘରେ ରହୁଥିଲେ।

ହେଲେ ହଠାତ୍ ସୋମବାର ସନ୍ଧ୍ୟାରେ ପିଣ୍ଟୁ ତାଙ୍କ ଶ୍ଵଶୁରଙ୍କୁ ଯୌତୁକ ବାବଦକୁ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନପାଇବାରୁ କୌଣସି ମତେ ସୁଯୋଗ ଦେଖି ପିଣ୍ଟୁ ସୁଯୋଗ ଦେଖି ରାତି ୮ଟାରେ ତାଙ୍କ ପୁଅ ଓ ୧୦ ହଜାର ଟଙ୍କା ଧରି ଫେରାର୍ ହୋଇଯାଇଛନ୍ତି। ତେବେ ଏନେଇ ସ୍ତ୍ରୀ ରଞ୍ଜୁ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଭୁବନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

new life
You might also like
error: Content is protected !!