News
lipub
samparksetu

ଜୟ ମା’

ମହିଷା  ମାତିଛି ବୋଲି ପ୍ରତି ବର୍ଷ ଶରତ ଋତୁରେ   
         ଲାଗିଥାଏ ଗୋଳ।
କ୍ଷେପିଲେଣି ଜଳ ,ସ୍ଥଳ ଆକାଶ ଆବର।
ଆମର ମଣ୍ଡପ ଆଉ ମହିଷା ର ପେଣ୍ଡାଲ,
ବାରି ହୁଏ ନାହିଁ ଭେଦ ସବୁ ଲାଲେ ଲାଲ।
    କିନ୍ତୁ  ମାତ ସେତ ନୁହେଁ ଏକଇ ମହିଷା
   ଅନେକ ମହିଷା ଏଠି ବାନ୍ଧିଛନ୍ତି ବସା।

ମହିଷା ଙ୍କ ସଂଖ୍ୟା ଏବେ ବଢି ତ ଗଲାଣି
ପୂଜା ମଣ୍ଡପରେ ତାଙ୍କ ଭିଡ଼ ଜମିଲାଣି।
କାହାକୁ ମାରିବ ମାତ କାହାକୁ ତାରିବ
ଯୁଧଂ ଦେହି ଦେଲେ ପୃଥୀ ନାଶ ଯିବ।।
  
ସଚେତନ କର ମାତ ଅଚେତନ ଅନ୍ଧାରକୁ ଠେଲି
ସତ୍ୟ ଆଉ ନ୍ୟାୟ ରହୁ ପୃଥିବୀ ରୁ ପାପ ଯାଉ ଚାଲି।

ପବିତ୍ର ଦୁର୍ଗା ପୂଜାର ସମସ୍ତଙ୍କୁ ଶୁଭେଛା ଓ ଶୁଭକାମନା

✍️ ସଂଘମିତ୍ରା ମହାପାତ୍ର

new life
You might also like
error: Content is protected !!