News
lipub
samparksetu

ମୁଖ୍ୟ ଚିକିତ୍ସାଳୟ ରେ ବୃଦ୍ଧାଙ୍କୁ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ !

୬୫ ବର୍ଷୀୟ ବୃଦ୍ଧା ଙ୍କୁ ଦୁଷ୍କର୍ମ ମାମଲା ର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କଲା ଟାଉନ ପୋଲିସ୍। ଗତ ଏପ୍ରିଲ ୨୮ ତାରିଖରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବୃଦ୍ଧା ଜଣକ ନିଜ ନାତୁଣୀ ର ଦେହ ଖରାପ ଥିବା ରୁ ସେଠାରେ ଆଟେଣ୍ଡାଟ ହିସାବରେ ରହିଥିଲେ।

ଅଭିଯୁକ୍ତ ସେହି ରାତିରେ ତାଙ୍କୁ ପ୍ରଲୋଭନ ଦେଖାଇ ମେଡିକାଲ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ବୃଦ୍ଧା ଙ୍କ ଅଭିଯୋଗ ଆଧାରରେ ଏନେଇ ଟାଉନ୍ ଥାନା ରେ ଏକ ମାମଲା ରୁଜୁ କରାଯାଇଥିଲା।

ଦୀର୍ଘ ଅଢେଇ ମାସ ର ତଦନ୍ତ ପରେ ଆଜି ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ରେ ପୋଲିସ ସଫଳ ହୋଇଛି। ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବା ର ସ୍ବୀକାର କରିଥିବା ର ପୋଲିସ କହିଛି। ଗିରଫ ଅଭିଯୁକ୍ତ ର ଗୋବିନ୍ଦ ପୁର ଫାଣ୍ଡି ଅଞ୍ଚଳ ର ବୋଲି ଜଣାପଡିଛି। ପୂର୍ବରୁ ଉକ୍ତ ବୃଦ୍ଧା ଙ୍କୁ ଅଭିଯୁକ୍ତ ଜଣକ ଜାଣିଥିବା ର ପୋଲିସ ପ୍ରକାଶ କରିଛି। ଅଭିଯୁକ୍ତ ଠାରୁ ଗୋଟିଏ ମୋଟର ସାଇକେଲ ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଛି ପୋଲିସ୍।

new life
You might also like
error: Content is protected !!