News
lipub
samparksetu

ଅତିଥି ଶାଳା

ମନ ଏକ ଅତିଥିର ଶାଳା
ଏଠି ସବୁ ଅତିଥି
ମନ ଏକ ଅତିଥିର ଶାଳା
ଏଠି ସବୁ ଅତିଥି

ଆଉ ବୟସ …………

ବୟସ ଏକ ସମୟ ପରି
ସବୁ ଦେଖି ଚାଲୁ ଥାଏ
ଅପେକ୍ଷା ନକରି ,

ଅତୀତ ଏକ ପାନ୍ଥଶାଳା
ଅତୀତ ଏକ ପାନ୍ଥଶାଳା……..
ସ୍ମୁତି ର ସହରରେ

ଆଉ ସମ୍ପର୍କ …………

ସମ୍ପର୍କ ଏଠି
ସ୍ୱାର୍ଥ ସାଥେ
ସାଥି ହୋଇ ବୁଲେ
ନିତି ଦିନିଆ ବଜ଼ାରରେ , (୨)

କେବେ ଅତିଥି ଶାଳା ରେ
ମନ ଆସି ବସେ
ପାନ୍ଥଶାଳା ରେ ବସେ
ଅତୀତର ଛବି
ଆଉ ନୂଆ ସମ୍ପର୍କ …………
ନୂଆ ସମ୍ପର୍କଟି ମୁରୁକି ହସେ
ସ୍ୱାର୍ଥପର ଏ
ସ୍ମୁତି ସାଥେ ଆସି ,

ମନ ଏକ ଅତିଥିର ଶାଳା
ମନ ଏକ ଅତିଥିର ଶାଳା
କେବେ ଗୁନ୍ଥେ
କେବେ ଛିଡେ
ଏଠି ସମ୍ପର୍କର ମାଳା ,

ମନ ଏକ ଅତିଥି ଶାଳା
ଏକ ଅତିଥିର ଶାଳା ……….

new life
You might also like
error: Content is protected !!