News
lipub
samparksetu

ନିଆଁରେ ପୋଡ଼ି ହୋଇ ବୃଦ୍ଧ ଗୁରୁତର !

ଗତ କିଛି ଦିନ ହେଲା ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ହ୍ରାସ ପାଇଥିବା ବେଳେ ବୟସ୍କମାନଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି। ଜାଡର ପ୍ରକୋପରୁ ବର୍ତ୍ତୀବା ପାଇଁ ନିଆଁର ସାହାରା ଖୋଜୁଛନ୍ତି।

ଗତକାଲି କଙ୍କଡ଼ାହାଡ଼ ଅନ୍ତର୍ଗତ ରୋଡଙ୍ଗ ଗାଁ ର ବୃଦ୍ଧ ଲଲମୋହନ ମହାନ୍ତ (୭୨ ବର୍ଷ) ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୋହି ହେଉଥିଲେ। ଅସାବଧାନତା ଯୋଗୁଁ ପିନ୍ଧାଲୁଗାରେ ନିଆଁ ଲାଗି ଯାଇଥିଲା। ଫଳରେ ଶରୀରର ଗୋଡଠାରୁ ବେକ ପର୍ଯ୍ୟନ୍ତ ଅଂଶ ପୋଡ଼ି ହୋଇଯାଇଛି।

ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ନିଆଯାଇଥିଲା। ପରିସ୍ଥିତି ଜଟିଳ ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ।

new life
You might also like
error: Content is protected !!