News
lipub
samparksetu

ପୋଲିସ ବାଇକ ପୋଡି ଘଟଣା ;ଦୁଇଜଣ ଗିରଫ

ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ବଜାରରେ ୩ତାରିଖ ରାତି ରେ ବାଇକ ପୋଡି ଅଭିଯୋଗ ରେ ନିହାଲପ୍ରସାଦ ପୋଲିସ ଏଥିରେ ସଂମ୍ପୃକ୍ତ ଦୁଇଜଣ କୁ ଗିରଫ କରିଛି ।

ପୋଲିସ ସୂଚନା ଅନୁଯାୟୀ , ୩ତାରିଖ ରାତିରେ ନିହାଲପ୍ରସାଦ ପୋଲିସ ପେଟ୍ରୋଲିଂ ରେ ପିଙ୍ଗୁଆ କୁ ଯାଇଥିଲା ଉକ୍ତ ବଜାରରେ ବେଆଇନ ଭାବରେ ବାଣ ବିକ୍ରିକୁ ଦୋକାନୀ ଙ୍କୁ ତାଗିତ କରିଥିଲା ହେଲେ ପୋଲିସ ଗାଡି ଗଲାପରେ ପୁଣି ସେଠାରେ ବାଣ ବିକ୍ରି ଚାଲିଥିଲା ।

ସେଠାରେ ପୂର୍ବରୁ ସାଧା ପୋଷାକରେ ଉକ୍ତ ଥାନାର ଜଣେ କନେଷ୍ଟବଳ ଘଟଣା ସ୍ଥଳରେ ଥିଲେ ଓ ଗୋଟିଏ ବାଣ ଦୋକାନ କୁ ଯାଇ ତୁମକୁ ମନାକଲା ପରେ କାହିଁକ ବାଣ ବିକୁଛ ବୋଲି କହିବା ସହିତ ସେଠାରେ ଥିବା ବାଣ ସବୁକୁ ଫିଙ୍ଗିଦେଇଥିଲେ ଓ ଉକ୍ତ ଦୋକାନୀ ଧମକ ଦେବା ଶହ ତାଗିତ କରିଥିଲେ, ଉକ୍ତ ପୋଲିସ କର୍ମଚାରୀ ଙ୍କର ସେହି ପାଖରେ ଥିବା ମଟର ବାଇକ କୁ କିଏ ନିଆଁ ଲଗାଇ ଦେଇଥିଲା ଓ ବାଇକଟି ପୋଡି ଯାଇଥିଲା ।

ଏହି ବାଇକ ପୋଡି ଘଟଣାରେ ଉକ୍ତ ପିଙ୍ଗୁଆ ଗ୍ରାମର ଦୁଇ ଜନ ଅଭିଯୁକ୍ତ ନିରଞ୍ଜନ ସାହୁ (୪୧)ଓ ସାଇଲନ ସାହୁ (୩୧)ବର୍ଷ କୁ ପୋଲିସ ଗିରଫ କରି କେସ ନଂ ୨୨୫ ରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବାର ଥାନା ଅଧିକାରୀ ଜିତେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!