News
lipub
samparksetu

ବ୍ଲକ ସ୍ତରୀୟ-ନିଯୁକ୍ତି ପରାମର୍ଶ ମେଳା

ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ କାମାକ୍ଷାନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ତଥା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏ.ବି.ଡି.ଓ ଝରଣା ସାମଲ ଯୋଗଦେଇଥିବା ବେଳେ,ସନ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ,ଜିଲ୍ଲା ନିୟୋଜନ ଅଧିକାରୀ ଆଶିଶ କୁମାର ବସନ୍ତିଆ ଯୋଗଦେଇଥିଲେ।କରୋନା ମହାମାରି ଯୋଗୁ ରୋଜଗାର ଅଭାବରୁ ବେକାରି ସଂଖ୍ୟା ବଢିଚାଲିଛି।

ଏହାକୁ ଦୃଷ୍ଟିରେ ରଖି କିଭଳି ଭାବରେ ବେକାର ଯୁବକ ଯୁବତୀ ମାନଙ୍କୁ ତାଲିମ ଦିଆଯିବା ସହିତ ସମସ୍ତେ କିଭଳି ରୋଜଗାରକ୍ଷମ ହୋଈପାରିବେ ସେଥିପାଈଁ ଏହି ମେଳାର ଆୟୋଜନ କରାଯାଇଥିଲା।

ଏଥିରେ ମୋଟ ୧୧ଟି ବେସରକାରୀ ସଂସ୍ଥା ଏହି ନିଯୁକ୍ତି ପରାମର୍ଶ ମେଳାରେ ଯୋଗଦେଇଥିବା ବେଳେ ୧୫୦ ଜଣ ଯୁବକ ଯୁବତୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ମଡେଲ କ୍ୟାରିଅର ସେଣ୍ଟରର ,ଯୁବ ପରାମର୍ଶଦାତା ସଂଗୀତା ଦାସ,ଶିବାଙ୍ଗି ଦାସ,ରୁତୁପର୍ଣା ଦାସ, ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସହଯୋଗି ପଲ୍ଲବି ମିଶ୍ର ଯୋଗ ଦେଇ ଆସିଥିବା ଯୁବକ ଯୁବତି ମାନଙ୍କୁ ସହଯୋଗ କରିଥିଲେ।

new life
You might also like
error: Content is protected !!