News
lipub
samparksetu

ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା ,ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ନିକଟରେ ଜଣେ ଶ୍ରମିକ ଉପରେ ଚଢ଼ିଗଲା ହାଇୱା ଟ୍ରକ। ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ଦେଖିବାକୁ ମିଳିଛି । ଗୁରୁତର ଯୁବକ ଜଣକ ପରଜଙ୍ଗ ଥାନା ବଡଝରା ଗାଁର ପ୍ରଫୁଲ୍ଲ ପଣ୍ଡା ।

ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଫୁଲ୍ଲ କାମ ସାରି ଗାଁ ପାଖ ପୋଖରୀରୁ ଗାଧୋଇ ରାସ୍ତା ପାର ହେଉଥିବା ବେଳେ କାମାକ୍ଷାନଗର ଆଡୁ ଆସୁଥିବା ଏକ ହାୟିବା ଟ୍ରକ ଦ୍ରୁତ ଗତିରେ ତାଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲା ।

ଏହି ହାଇୱା ଟ୍ରକଟି କୁନାଲ କମ୍ପାନୀ ର ଜଣାପଡିଛି।କୁନାଲ କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛି।ଦ୍ରୁତ ଗତି ରେ ଯାଉଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଜଣା ପଡୁଛି। ଯାହାକୁ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି । କମ୍ପାନୀ୧୦ହଜାର ଟଙ୍କା ଆହତଙ୍କୁ ଦେବା ଫଳରେ ରାସ୍ତା ଅବରୋଧ ହଟିଥିଲା ।

new life
You might also like
error: Content is protected !!