News
lipub
samparksetu

ପାଣି ପାଇଁ ରାସ୍ତା ରୋକ, ଗରା ବାଲଟି ଧରି ଟାୟାର ଜାଳି ରାସ୍ତା ରେ ବସିଲେ ମହିଳା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଆମ୍ବପଳାଶ ଗ୍ରାମର ଗଙ୍ଗାଧରପୁର ହରିଜନ ସାହିରେ ଦେଖିବାକୁ ମିଳିଛି ଏହି ଭଳି ଘଟଣା। ଅଭିଯୋଗ ମୁତାବକ ଗ୍ରାମରେ ବସୁଧା ଯୋଜନା ରେ ସାହିକୁ ପାଇପ୍ ସଂଯୋଗ ହୋଇଛି କିନ୍ତୁ ଦୀର୍ଘଦିନ ଧରି ପାଣି ଆସୁନାହିଁ।

ସେପଟେ ଗ୍ରୀଷ୍ମ ପ୍ରବାହ ପାଇଁ ଖୋଲା କୂଅ ଦୁଇଟି ଶୁଖି ଯାଇଥିବା ବେଳେ, ଏକ ମାତ୍ର ନଳକୂପ ଅଚଳାବସ୍ଥା ରେ ଦୀର୍ଘ ଦିନ ଧରି ପଡି ରହିଛି। ଏ ନେଇ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ନେଇ ସେମାନେ ଆଜି ରାସ୍ତା ରୋକ କରିଥିବା କହିଛନ୍ତି।

ତେବେ ଦୀର୍ଘ ତିନି ଘଣ୍ଟା ଡିହଡୋଳ ମହାବୀରରୋଡ ପୂର୍ତ୍ତ ବିଭାଗ ରାସ୍ତା ରୋକ କରିବା ପରେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ଓ ବିଭାଗୀୟ ଅଧିକାରୀ ପହଂଚି ଦୁଇ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା।

new life
You might also like
error: Content is protected !!