News
lipub
samparksetu

ସାଙ୍ଗ

ପ୍ରତି ଜୀବନ ରେ
         ସାଂଗ ର ମହତ୍ବ
ରହିଥାଏ ଆବଶ୍ୟକ,
ସାଂଗ ବିନା କେହି     
       ରହି ନ ପାରିବ
କରୁଥିବ ଖାଲି ଶୋକ॥୧
ସାଂଗ ଟିଏ ଯେବେ
       ପାଶେ ମିଳିଯାଏ
କୋଟିନିଧି ପରି ଲାଗେ,
ସାଂଗ ବିନା ସବୁ
         ଅନ୍ଧାର ଦିଶଇ
ମଉନ ରହିକି ଭାବେ॥୨
ଭଲ ସାଥି ଟିଏ
          ଦିଗ ବଦଳାଏ
କରିଥାଏ ଉପକାର,
ସବୁ ସମୟରେ
      କାମରେ ଲାଗଈ
ନ ହୁଅଇ ସ୍ବାର୍ଥପର॥୩
ସାଥିବି ଅଛନ୍ତି
         ଜୀବନ କୁ ତୁମ
ଅନ୍ଧକାର କରିଦେବ
ବିବେକ ବୁଦ୍ଧିକୁ
        ଲଗାଈ ସରବେ
ଦେଖିଚାହିଁ  ସାଥି ହେବ॥୪
ଭଲ ସାଥି କେବେ
        ନ କରେ କପଟ
ଦୁଃଖେ ସୁଖେ ସାଥି ହୁଏ
କପଟି ସାଥିର
          ପାଖ ମାଡ ନାହିଁ
ବପଦେ ପକାଇ ଦିଏ॥୫
ଶୈଶବ ର ସାଥି
        କେତେ ମଧୁରସେ
କୈଶର ସାଥି ଟି ଝୁରେ,
ଯୌବନ ର ସାଥି
          କାର୍ଯେ ଆସିଥାଏ
ମନ ବୁଝେ ଅବସରେ॥୬
ସାଥି ଉପକାର
        ନ ଭୁଲିବ କେବେ
ସଦା ପାଖେ ପାଖେ ଥିବ
କୃଷ୍ଣ ସୁଦାମ କଂ
                ‍ଅନାବିଳ ପ୍ରେମ
ଜଗତେ କିଛି ଶିଖିବ॥୭

✍️ସନ୍ଦିପ କୁମାର କର

new life
You might also like
error: Content is protected !!