News
lipub
samparksetu

ତୋ ପାଦପଦ୍ମେ ବିତୁ ଏ ଜୀବନ

ଲାଗୁଛି କାଳିଆ ତୁ ଅତି ନିଜର,
ଲୁଚାଇବାକୁ ତୋ ପାଖେ କିଛି ନାହିଁ ମୋର।

ପାଦ ଥାପି ଦେଲେ ତୋ ସିଂହ ଦୁଆରେ,
ଉଲ୍ଲାସି ଉଠେ ଦେହ ମନ ମୋର।

ବାଇଶି ପାହାଚ ଡେଇଁ ତୋ ଆଖିକୁ ଦେଲେ ଚାହିଁ,
ଆଖିର ଲୋତକ ଆଉ ବାଡ଼ ମାନେ ନାହିଁ।

ବୁଝି ମୁଁ ତ ପାରେନା ଏ କିମିଆ କଥା ତୋର,
ଆୟତ୍ତରେ ନ ଥାଏ ମୁଁ ନିକଟେ ଯେ ତୋର।

ତୋ ବଡ ଦାଣ୍ଡ ଧୂଳି, ତୋ ସିଂହ ଠାଣି,
ତୋର ପତିତ ପାବନ ପାଗଳ କରେ ପୁଣି ।

ନିରାଶ ମନର ଆଶା ପରିପୂର୍ଣ୍ଣ ହୁଏ,
ତୋ ମହୋଦଧି ଜଳ ଯେବେ ଆଞ୍ଜୁଳା ରେ ନିଏ ।

ଏଇମିତି ବାହା ଟେକି ଥାଆ ତୋର,
ବିଶାଳ ହୃଦୟେ ମୁହଁ ଗେଞ୍ଜିଦେବି ମୋର,
ଲୁଚାଇବାକୁ ତୋ ପାଖେ କିଛି ନାହିଁ ମୋର ।

✍️ପ୍ରଜ୍ଞାସିନୀ ସ୍ୱାଇଁ

new life
You might also like
error: Content is protected !!