News
lipub
samparksetu

ଦୁଃଖର ଲହରୀ

ଯନ୍ତ୍ରଣାରେ ପଡ଼ି ଜୀବନ କାଟୁଛି
      ଚକ୍ଷୁ ରେ ଲୋତକ ଧାର 
ନ ଶୁଣିଲେ ପ୍ରଭୁ ଛାଡି ଚାଲିଯିବି
        ସଂସାରେ ନ କରି ଘର।(୧)
ଚଲାପଥ ମୋର ଅନ୍ଧାର ଦିଶୁଛି
        ଆଲୋକ ଖୋଜୁଛି ମୁଁହି
ତୁମ୍ଭେ ମୁକ୍ତି ପଥ ଆହେ ଜଗନ୍ନାଥ
      ତୁମ୍ଭର ଶ୍ରୀମୁଖ ଚାହିଁ।(୨)

କି ପାପ କରିଛି ଏ ଜୀବନେ ମୋର
          ସହୁଛି  କଷଣ ଦୁଃଖ                  
  ଅଥଳ ସମୁଦ୍ରେ ଭାସିଯାଉ ଅଛି
         ନାବରେ ପାଉନି କାତ।(୩)

ଚତୁର୍ଦ୍ଦିଗ ସବୁ ଅନ୍ଧକାର ଦିଶେ
           କଳା ବାଦଲର  ଛାଇ
  ତରଂଗ ମାଳାର କ୍ଷିପ୍ର ଲହରୀରେ
             ସ୍ଥଳ କୂଳ ପାଉନାହିଁ।(୪)
ଦୁଃଖରେ ଡାକୁଛି ଆହେ କୃପାସିନ୍ଧୁ
           ଗଭୀର ସାଗର ଜଳେ
ଚାହିଁ ଦେଲେ ଥରେ ଚକାନୟନରେ
           ଫେରି ଆସିବି ମୁଁ କୂଳେ।(୫)

ତୁମ୍ଭେ ସର୍ବନାମ କରୁଣାର ସିନ୍ଧୁ
        ତୁମ୍ଭେ ତ ଜଗତ କର୍ତ୍ତା
ତୁମ୍ଭେ ଦୀନବନ୍ଧୁ ଆହେ ଜଗବନ୍ଧୁ
         ଏ ଜୀବନ କର ରକ୍ଷା ।(୬)
ଏତିକି ମିନତି ଆହେ ରଘୁପତି
        ଦିଅ ହାତେ ଧନୁଶର
ଘଂଚ ଜଂଗଲରେ ଶିକାର ନିଶାରେ
      ଗାଇବି କବିତା ସୂର।(୭)

✍️ଛବିରାମ ସେଠି

new life
You might also like
error: Content is protected !!