News
lipub
samparksetu

ଶାଶୁ ମାଆ

ତୁମ ମୁହଁର ସେ ଝାପ୍ସା,ମଉଳା ପ୍ରତିବମ୍ବ
ମୋତେ ବାଧ୍ୟକରେ ବୁଝିବାକୁ
ତୁମ ଛାତି ତଳେ କୁହୁଳୁଥିବା
ବିଷାଦଗ୍ରସ୍ତ ଅଧ୍ୟାୟ ମାନଙ୍କୁ
ଯେଉଁଠି ରାତି ପାହିଲେ କବର ନିଅନ୍ତି
ଭବିଷ୍ୟତ ଆଶାରେ କଡ ଲେଉଟାଉଥିବା 
ସ୍ୱପ୍ନର କଙ୍କାଳମାନେ
ଅନିଶ୍ଚିତତାରେ କଟୁଥିବା ବର୍ତ୍ତମାନ ଗୁଡିକ
ଚେଷ୍ଟା କରନ୍ତି ଜଣାଇଦେବାକୁ
ସେମାନଙ୍କ ବେଦନାସିକ୍ତ ସ୍ୱାକ୍ଷର ଓ
ହୃଦୟର ହା’ ହା’ କାର ।

କର୍ତ୍ତବ୍ୟ ଓ ସମାଜିକ ସୃଙ୍ଖଳା କିନ୍ତୁ
ବାଟ ଭାଙ୍ଗି ଛିଡା ହୁଅନ୍ତି
ତୁମ କଣ୍ଠସ୍ଥ ଯନ୍ତ୍ରଣା ଆଗରେ
ତୁମେ ଭୟକର ।
ବିଷର୍ଣ୍ଣ କାତର ହୋଇ
ଡାକିଚାଲ ଈଶ୍ବରଙ୍କୁ ।

ତୁମ ରୁଦ୍ଧ ନିଶ୍ୱାସ କିନ୍ତୁ
ଫେରିବା ବଦଳରେ
ପୁଣିଥରେ ହରାଇବସେ ଭରସା 
ଆଘାତ ପରେ ଆଘାତ ପାଇ
ହାଡ ମାଂସର କଂକାଳ ସହ
ଚେତନାର ଆଇନାଧରି ଛିଡାହୁଅ ତୁମେ
ସେମାନଙ୍କ ବିରୁଦ୍ଧରେ
ମନ ଆତ୍ମା ଓ ବିବେକ ସପକ୍ଷରେ
କିଛି ମୁହୁର୍ତ୍ତ ପାଇଁ ହେଉପରଛେ
ମିଳିଯାଏ ଶାନ୍ତି 
ଯେତେବେଳେ ମିଳିଯାଏ
ମନପରି ମନଟିଏ
ବିନା ପ୍ରତୀକ୍ଷାରେ
ବଢାଇଦିଏ ହାତ ଆଗକୁ, ତୁମରି ଆଡକୁ  ।    
                        
✍️ପ୍ରଜ୍ଞା ପାରମିତା ପଣ୍ଡା

new life
You might also like
error: Content is protected !!