News
lipub
samparksetu

ପିତାମାତା ଏଠି ସାର

ଛୋଟ ପକ୍ଷୀ ଟିଏ ଯେବେ ଇଚ୍ଛା କରେ ଉପରକୁ ଉଡିବାକୁ
ଏ ଦୁନିଆ କିପରି ଗଢା ହୋଇଛିଯେ ଜଣା ନଥାଏ ତାକୁ।
ମାୟା ଦୁନିଆରେ ଯେବେ ଭୁଲେ ବାଟ ହୋଇଯାଏ ବାଟବଣା
ସବୁ ବାଟ ତାକୁ ଭଲ ଲାଗେ ଭାରି ଲାଗେ ଭାରି ମନ କିଣା।

ଅଜଣା ଦୁନିଆ ମଜା ଲାଗେ ଭାରି ଲାଗେ ତାକୁ କି ସୁନ୍ଦର
ସେହି ଦୁନିଆରେ ଜାଣେ ନାହିଁ ସେତ ଅଛନ୍ତି କେତେ ଅସୁର।
ଶିକାରୀଟି ଯେବେ ତୀର ମାରିଦିଏ ଡେନା ହୁଏ ଖଣ୍ଡ ଖଣ୍ଡ
ପିତା ମାତା ତାକୁ ଖୋଜି ଖୋଜି ଖାଲି ହେଉଥାନ୍ତି ଲଣ୍ଡ ଭଣ୍ଡ।
ଡେନା ଛିଡିଯାଏ ଉଡି ନ ପାରି ସେ ପଡ଼ିଥାଏ ଯନ୍ତ୍ରଣା ରେ
ଆକୁଳ ପକ୍ଷୀ କୁ ସମସ୍ତେ ଦେଖନ୍ତି କିଏ ବା ତାକୁ ପଚାରେ।

ଅସହ୍ୟ କଷ୍ଟରେ ପଡ଼ିଥାଏ ସେତ ହୁଏ ବହୁ ହନ୍ତସନ୍ତ
ପିତା ମାତା ଦେଖି କୋଳକୁ ନିଅନ୍ତି ଭାଗ୍ୟ କେଡେ ବଳବନ୍ତ।
ଶେଷରେ ସେ ଜାଣେ ମାୟା ଦୁନିଆରେ ସବୁ ଏଠି ସ୍ବାର୍ଥ ପର
ବାସ କୁ ଫେରି ସେ ଭାବେ ସବୁବେଳେ ପିତାମାତା ଏଠି ସାର।

✍️ସ୍ଵୀକୃତି ଶତପଥୀ

new life
You might also like
error: Content is protected !!