News
lipub
samparksetu

ଫୁଲଟିଏ ମୋତେ କର

ଫୁଲଟିଏ ମୋତେ କର….
ଗଢିବାକୁ ଯଦି ଭାବି ଅଛ ପ୍ରଭୁ.
  ଫୁଲଟିଏ ମୋତେ କର ..
ସଦା ଫୁଟିବି ମୁଁ ତୁମରି କାନନେ..
ହେବି ତୁମ  ଗଲା ର ହାର..
ଫୁଲଟିଏ ମୋତେ କର ..

ଯାହା ରଖ ପଛେ ନାମ ମୋର ପ୍ରଭୁ….
ଦିଅ ମୋତେ ଯେଉଁ ରଙ୍ଗ..
ଏକାକୀ ଫୁଟିବି ତୁମରି ପାଇଁ ହେ..
ଲୋଡ଼ା ନାହିଁ ମୋର ସାଙ୍ଗ..
ଫୁଲ ଟିଏ ମୋତେ କର…
ସକାଳୁ ଫୁଟି ମୁଁ ସଞ୍ଜରେ ଝଡିବି..
ଦିନକ ପାଇଁ ମୋ ଆଳି…

ହସି ଗାଉଥିବି ତୁମରି ନାମକୁ…
ବୃନ୍ତ ପରେ ଢଳି ଢଳି….
ଝ ଡ଼ିଯିବା ଆଗୁ ଏତିକି ବିନତି..
କରି ନେବ ଆପଣାର..
ହେ ପ୍ରଭୁ ଫୁଲଟିଏ  ମୋତେ କର…..

✍️ଶୁଭସ୍ମିତା ଦାସ 

new life
You might also like
error: Content is protected !!