News
lipub
samparksetu

ଗଁଦିଆ ଶାଖା ବିଶ୍ୱକର୍ମା ମୂର୍ତ୍ତି ଶିଳ୍ପୀ ସଂଗଠନର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ

ଗଁଦିଆ ବିଶ୍ଵକର୍ମା ମୂର୍ତ୍ତି ଶିଳ୍ପୀ ସଂଗଠନର ଦ୍ଵିତୀୟ ବାର୍ଷିକ ଅଧିବେଶନ ଚଳିତ ମାସ୫ତାରିଖରେ ପୋରୁହଖୋଜ ସ୍ଥିତ ରାମ ମନ୍ଦିର ଠାରେ ବାଲୁକା ଶିଳ୍ପୀ ତଥା ଅନୁଷ୍ଠାନର ସଭାପତି ଦୁଃଖବନ୍ଧୁ ପାତ୍ର ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ଦଣ୍ଡଧର ସାହୁ ଓ ଗଁଦିଆ ବ୍ଲକର କଳାସଂକୃତି ସଂଘର ଉପାଧ୍ୟକ୍ଷ କପିଳେଶ୍ୱର ବେହେରା ଯୋଗଦାନ କରି ଗ୍ରାମାଞ୍ଚଳ ମାନଙ୍କରେ ଲୁକାଇତ ହୋଇ ରହିଯାଉଥିବା କଳାକାର ମାନଙ୍କୁ ଏହିପରି ଅନୁଷ୍ଠାନ ମାଧ୍ୟମରେ ସେମାନଙ୍କୁ ନିଜର ପରିଚୟ ସୃଷ୍ଟି କରିବା ସହିତ ଲୋକ ଲୋଚନକୁ ଆଣିପାରିବା କାର୍ଯ୍ୟ ଏକ ମହତ କାର୍ଯ୍ୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ ।

ଏଥିରେ ଅନୁଷ୍ଠାନ ତରଫରୁ ସାନ୍ଦ।ପଶି ପାଟଣା ଗ୍ରାମର ମୂର୍ତ୍ତି ଶିଳ୍ପୀ ଅର୍ଜୁନ ଦାସ ଓ କାବେରା ଗ୍ରାମର ଗୋକୁଳ ଚନ୍ଦ୍ର ମହାନ୍ତି ପ୍ରମୁଖଙ୍କୁ ଅତିଥି ମାନେ ଉପଢୌକନ ଓ ମାନ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ସଂଗଠନର ସମ୍ପାଦକ ଅନୀଲ ରାଉତ ପାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ଭିକାରୀ ସେନାପତି ଓ ଗଙ୍ଗାଧର ରଣା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ସମୁଦାୟ ୪୫ ଜଣ ସଭ୍ୟ ଯୋଗଦାନ କରିଥିଲେ ।

new life
You might also like
error: Content is protected !!