News
lipub
samparksetu

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସୌମ୍ୟକାନ୍ତ ମାଝୀ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ ନିଆରା ବ୍ୟକ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ବମ୍ଫା ଗାଁ ର ସୌମ୍ୟକାନ୍ତ ମାଝୀ ।

ସୌମ୍ୟକାନ୍ତ ନିଜ ୨୩ ତମ ଜନ୍ମ ଦିବସ ଅବସରରେ କରୋନା ଲକଡାଉନ ରେ ଅସହାୟ ଏବଂ ବସ୍ତିରେ ରହୁଥିବା କୁନି ପିଲାଙ୍କୁ ଚକଲେଟ କେକ୍ ଖୁଆଇବା ସହ ଦିନଟିଏ ପାଇଁ ହେଉ ପଛେ ଯେପରି ସମସ୍ତେ ପେଟପୁରା ଖାଇପାରିବେ ଏନେଇ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ସେ । ଏହି ଉପଲକ୍ଷେ ତାଙ୍କୁ ପମି , ଡିଙ୍କି ,ଦିବ୍ୟ ଓ ଦୃଷ୍ଟି ଶୁଭେଚ୍ଛା ଜଣାଇଛନ୍ତି ।

new life
You might also like
error: Content is protected !!