News
lipub
samparksetu

ଇନିଷ୍ଟାଗ୍ରାମ ରିଇଲ୍ସ

ବାପା ବାପା ବୋଲି ପାଖ ଛାଡୁ ନାହିଁ
ଝିଅ ଆଇ ଫୋନ୍ କିଣିବ କହୁଛି
ଇନିଷ୍ଟାଗ୍ରାମେ ରିଇଲ୍ସ କରିକି
ବଡ଼ ୟୁଜର୍ ସପନ ଦେଖୁଛି।(୧)

ପାଠ ଶାଠ କିବା ତାର ହେଉଛି
ଫାଜିଲ ହୋଇକି
ସାଙ୍ଗ ସାଥି ମେଳେ
ଦିନ ରାତି ରିଇଲ୍ସ କରୁଛି।(୨)

ବାପା ଙ୍କ କଥାରେ ହଁ ଭରି ସିଏ
ତେଜପୂତ୍ରୀ ହେବ କହୁଛି
ଏତେ ସରି ପୁଣି ତାର
ରିଇଲ୍ସ ନିଶା କିବା କମୁଛି।(୩)

ଧନ୍ୟ ସେ ଇନିଷ୍ଟାଗ୍ରାମ
କି ମନ୍ତର ସେ ଜାଣିଛି
ଛୋଟ ପିଲା ଠାରୁ
ବୁଢ଼ା ବୁଢୀ ଯାକ ସଭିଁଙ୍କୁ ବାଇଆ କରୁଛି।
     

✍️ବିକାଶ କୁମାର ହୋତା

new life
You might also like
error: Content is protected !!