News
lipub
samparksetu

ଜେସାକୁ ତେସା

ସନିଆ ଜମିରେ ହଳ କରୁଥିଲା। ନିଳା ଆଉ ଧଳା ବଳଦ ଦିଟା ହସା ହସି ହେଉଥିଲେ। ଏ କଥା ହଳ ପଛେ ପଛେ ବୁଲୁଥିବା ବଗ ଦେଖି ପକାଇଲା।

ବଗ ପଚାରିଲା”ଭାଈ ଆଜି କଣ ହୋଇଛି କି….ଏମିତି ହସୁଛ !”
ନିଳା କହିଲା ଏବେ ପରା ହସିବା ବେଳ। ଦେଖୁନୁ ଆମେ କୁଆଡେ ଧାନ କି ଫସଲ ଖାଈ ଦେବୁ ବୋଲି ମାଲିକ ଆମ ମୁହଁରେ ସବୁବେଳେ ତୁଣ୍ଡି ବାନ୍ଧୁଛି….ମନ ହେଉଥିଲେ ବି ଆମେ ଖାଈ ପାରୁନଥିଲୁ। ଆମେ ଭାବୁଥିଲୁ ମଣିଷ ମୁହଁରେ କିଏ ତୁଣ୍ଡି ଦେଲେ ଜାଣନ୍ତେ….ମୁହଁରେ ତୁଣ୍ଡି ଦେଲେ କେତେ କଷ୍ଟ….।

ଏବେ ଦେଖ ଆମ ମୁହଁ ଖୋଲା…. ମାଲିକ ମୁହଁରେ ତୁଣ୍ଡି।
ବଗ ବି ଠୋ ଠୋ କରି ହସିଲା।

✍️ଅଶୋକ ମହାରଣା

new life
You might also like
error: Content is protected !!