News
lipub
samparksetu

ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଏନସିସି ଉଚ୍ଚ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ମହିମାଗାଦି ସ୍ଥିତ ଯୋରନ୍ଦା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କଲେ ଏନସିସି ଉଚ୍ଚ ଅଧିକାରୀ । ବୁଧବାର ଦିନ ଏନସିସି କଟକ ଗ୍ରୁପର ଗ୍ରୁପ କମାଣ୍ଡର କର୍ନେଲ ରଜନିଷ କପୁର ଓ ୧୨ ଓଡିଶା ଏନସିସି ବାଟାଲିୟନର କମାଣ୍ଡିଙ୍ଗ ଅଫିସର ଲେପଟନାଣ୍ଟ କର୍ନେଲ ସିଦ୍ଧାର୍ଥ ଭସ୍ତାୟନ ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ପହଂଚି ଏ ନସିସି କାଗଜପତ୍ର ସହ ବିଭିନ୍ନ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ ।

ଛାତ୍ର ଛାତ୍ରୀ ମାନଙ୍କର କାର୍ଯ୍ୟକ୍ରମ ଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହ ଏନସିସିର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ ।ଏ ନସିସି ରେ ଅଂଶ ଗ୍ରହଣ କରି ଛାତ୍ର ଜୀବନରେ ଦେଶ ସେବା କରିବାର ସୁଯୋଗ ପାଇଁ ଛାତ୍ର ଛାତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।ପ୍ରଧାନ ଶିକ୍ଷୟତ୍ରୀ ଦାୟୀତ୍ୱରେ ଥିବା ଶ୍ରୀମତୀ ବନଜା ସାହୁଙ୍କ ସହ ବିଦ୍ୟାଳୟ ଭ୍ରମଣ କରିଥିଲେ ।

କ୍ରୀଡା ଶିକ୍ଷୟତ୍ରୀ ମଂଜୁବାଲା ବେହେରା ଅତିଥି ଚର୍ଚ୍ଚା ,ସିନିୟର କ୍ୟାଡେଟ ଇସମାନ ନାୟକ, ସୌମ୍ୟ ସାମଲ, ମୋନାଲିଶା ପରିଡା, ଶୁଭଲଷ୍ମୀ ଦାସ ,ସୁମିତ ସାଗର ଆଦି କାର୍ଯ୍ୟକ୍ରମର ପରିଚାଳନାର ନେତୃତ୍ୱ ନେଇଥିଲେ ।ବିଦ୍ୟାଳୟର ଏନସିସି ଅଫିସର ଉତ୍ତମ କୁମାର ସାମନ୍ତଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ହୋଇଥିଲା ।

new life
You might also like
error: Content is protected !!