News
lipub
samparksetu

ଫେବୃୟାରୀ ୧୫ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଆସନ୍ତା ଫେବୃୟାରୀ ୧୫ ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ନିମନ୍ତେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମଗାଦିରେ ଏହି ମେଳା ବେଶ ଧୁମ ଧାମରେ ୩ ଦିନ ଧରି ପାଳିତ ହୁଏ । ଏହି ମେଳାରେ ସାରା ବିଶ୍ୱର ମହିମା ସାଧୁ ଓ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ମାତ୍ର ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ମହିମା ସାଧୁ ମାନେ ନିରାଶ ହୋଇଛନ୍ତି।ବୈଠକରେ ନିଷ୍ପତ୍ତି ମୁତାବକ ଚଳିତ ବର୍ଷ କେବଳ ମହିମା ସାଧୁ ମାନଙ୍କୁ ନେଇ ନୀତିକାନ୍ତି ମଧ୍ୟରେ ମେଳା ସୀମିତ ରହିବ ।ରୀତିନୀତି ଅନୁପାଳନ କରାଯାଇ ମାଘମେଳା ଆୟୋଜନ ହେବ । ମେଳାରେ ଟେଷ୍ଟିଙ୍ଗ ଓ ଟିକାକରଣ ବ୍ୟବସ୍ଥା ରହିବ ।

ମେଳା ଅବସରରରେ ସାଧାରଣ ଲୋକଙ୍କୁ ମହିମା ଗାଦିକୁ ମନା। ଫଳରେ ମହିମା ସାଧୁ ମାନେ କେବଳ ମେଳା ପାଳିବେ ବୋଲି ନିଷ୍ପତି ହୋଇଛି ବୋଲି ବୈଠକରେ ଉପସ୍ଥିତ ଥିବା ଯୋରନ୍ଦା ମହିମାଗାଦି କୌପନି ଧାରୀ ମହିମା ସମାଜର ମୁଖ୍ୟ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!