News
lipub
samparksetu

ସଖା ସହୋଦର କାଳିଆ ଠାକୁର



ଆହେ “ଦୟାମୟ “ହେ ବିଶ୍ବ ଠାକୁର
           ଅନ୍ତରେ ଖୋଜୁଛି ମୁଁହି
ଭେଟହେଉ ନାହିଁ ବାଟେ ଘାଟେ ମୋର
            ତୁମ୍ଭକୁ ପାଇବା ପାଇଁ।
ଦେଖିଲି ସପନ ତୋ ରୂପ ନୟନ
            ତୁହି ତ କାଳିଆ ପୁରୀ
ନେତ୍ରରେ ଦେଖୁଛି ଲୁଚିଗଲ ତୁମ୍ଭେ
             ନ ଆସିଲ ପ୍ରଭୁ ଫେରି।

ତୁମ୍ଭେ ମୋର ସଖା ବନ୍ଧୁ ସହୋଦର
              ଖେଳୁଥିଲ ବାଲି ଘରେ
ଅଦିନ ମେଘରେ ବୁଡି ଚାଲିଗଲ
              ନଦୀ ସମୁଦ୍ରର ତୀରେ।
ସେହିଦିନୁ ଠାରୁ ଠିକଣା ଖୋଜୁଛି
              ତୁମ୍ଭର ସେ ଚକା ଆଖି
ହୃଦୟରେ ମୋର ଜଳି ପୋଡ଼ି ମରେ
            ବିପଦେ କାଳିଆ ସାଥି।
ଏଡିକି ନିଷ୍ଠୁର ଆହେ ପୀତାମ୍ବର
         ରହିଲୁ ଶ୍ରୀକ୍ଷେତ୍ରେ ପୁରୀ
ଦୁଃଖରେ କାନ୍ଦୁଛି ତୋତେ ଡାକି ଡାକି
             କାଳିଆ ତୋତେ ରେ ଝୁରି।

ଆହେ ଦୟାମୟ ହେ କଳା ଠାକୁର
                 ଆହେ ‌‌ ସଖା ଦୀନବନ୍ଧୁ
ଦେଖାଦିଅ ଥରେ ତୋ ସିଂହଦୁଆରେ 
              ତୁମ୍ଭେ ମୋର କୃପା ସିନ୍ଧୁ।
କବିତା ଛଳରେ ଲେଖୁଛି କାଳିଆ
             ତୁମ୍ଭେ ତ ଶ୍ରୀକ୍ଷେତ୍ର ମଣି
ଆଶିଷ ପାଇଲେ ଲେଖିବି କବିତା
                କାଳିଆ ସଖାର ବାଣୀ।

✍️ଛବି ରାମସେଠୀ

new life
You might also like
error: Content is protected !!