News
lipub
samparksetu

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଘେରାଉ କଲେ ଅଭିଭାବକ

କଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡ଼ିବ ତାଲା । ଏଭଳି ଚେତାବନୀ ଦେଇଛନ୍ତି କଳାଙ୍ଗ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ।ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଚେତାବନୀ ଦେଇଛନ୍ତି । ସୁଚନା ମୁତାବକ କୋଭିଡ ୧୯କୁ ନଜରରେ ରଖି ସରକାର ପିଲାଙ୍କ ୨୦୦ ଦିନର ଖାଦ୍ୟ ବାବଦକୁ ପ୍ରତେକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧ମ ରୁ ୫ମ ଶ୍ରେଣୀ ପାଇଁ ୧୦୮୪ ଟଙ୍କା ଏବଂ ୬ ରୁ ଅଧିକ ଶ୍ରେଣୀ ପାଇଁ ୧୬୨୦ ଟଙ୍କା ପ୍ରଦାନ କରିବାପାଇଁ ସ୍କୁଲକୁ ଟଙ୍କା ଆସିଛି।

ହେଲେ ସେହି ଟଙ୍କାକୁ ପ୍ରଧାନଶିକ୍ଷକ ଏବଂ ସ୍କୁଲ ଚେୟାରମ୍ୟାନ ମିଳିତଭାବେ ହଡପ କରିବାକୁ ବସିଛନ୍ତି। ଏ ସଂପର୍କରେ ଯିଏ ପ୍ରତିବାଦ କରିଛନ୍ତି ସେମାନଙ୍କୁ ମନଇଛା ଟଙ୍କା ଦେଉଛନ୍ତି। ଏପରି କାହିଁକି କରୁଛନ୍ତି ପଚରା ଜିବାରୁ ଅଭିଭାବକ ମାନଙ୍କୁ ଗାଳି କରିବା ସହିତ ଟଙ୍କା ଦିଆଯିବା ନାହିଁ କଣ କରିବାର ଅଛି କର କହି ଧମକ ଦେଇଛନ୍ତି। ତେଣୁ ନ୍ୟାୟ ପ୍ରଦାନ ପାଇଁ ଅଭିଭାବକ ମାନେ ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଦାବି କରିଛନ୍ତି। ନହେଲେ ସ୍କୁଲରେ ତାଲା ପକାଇବା ସହିତ ରାସ୍ତାକୁ ବନ୍ଦ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି।

new life
You might also like
error: Content is protected !!