News
lipub
samparksetu

ବୁଢ଼ୀବିଲି ପଞ୍ଚାୟତରେ ପଞ୍ଚାୟତ ଭବନ ଓ ଗ୍ରାମ୍ୟ ଉଦ୍ୟାନ ଉଦଘାଟନ

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବୁଢ଼ୀବିଲି ପଞ୍ଚାୟତରେ ଆଜି ପଞ୍ଚାୟତ ଭବନ ଓ ଗ୍ରାମ୍ୟ ଉଦ୍ୟାନ ଉଦ୍ଘାଟନର ଉଦଘାଟନ ହୋଇଯାଇଛି। ବୁଢ଼ୀବିଲି ସରପଞ୍ଚ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଆଜି ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ଭବନକୁ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ରହି ଉଦଘାଟନ କରିଥିଲେ।

ଏହି ଭବନ ଦ୍ୱରା ପଂଚାୟତ ବାସୀଙ୍କର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଏଠାରେ ଅନ୍ୟତମ ଅତିଥି ଭାବରେ ଢେ଼ଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଉପସ୍ଥିତ ଥିଲେ। ଏହା ସହ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଗ୍ରାମ୍ୟ ଉଦ୍ୟାନ ଉଦଘାଟନ କରିଥିଲେ। ବୃଦ୍ଧ ଓ ଛୋଟ ଛୋଟ ପିଲାଙ୍କ ଅବସର ବିନୋଦନର ଆବଶ୍ୟକତା ପୂରଣ କରିବା ପାଇଁ ସକ୍ଷମ ହେବ।

ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, କାମାକ୍ଷାନଗର ତହସିଲଦାର ସଞ୍ଜୟ ରାଉତ, ବିଡ଼ିଓ ବିକାଶ ମହାନ୍ତି, ଉପାଧ୍ୟକ୍ଷ ରଶ୍ମିରଞ୍ଜନ ଖୁଣ୍ଟିଆ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ କୁମାର ମହାରଣା, ଜିଲ୍ଲାପରିଷଦ ହୃଦାନନ୍ଦ ପରିଡା, ସ୍ଥାନୀୟ ସରପଞ୍ଚ ରଶ୍ମିତା ସାହୁ, ସମିତି ସଭ୍ୟ ଦେବକୀ ସାହୁ, ସରପଞ୍ଚ କୋଟଗରା ଲଳିତ ସାହୁ, ସରପଞ୍ଚ ରାୟନୃସିଂହପୁର ସିସିରକାନ୍ତ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ‌ ।

new life
You might also like
error: Content is protected !!