କଟକ ଜିଲ୍ଲାକୁ ଏକ ପିକପ ଭ୍ୟାନ ଯୋଗେ ଚାଲାଣ ହେଉଥିଲା ଦେଶୀ ମଦ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରୁ ସମ୍ପୃକ୍ତ ଗାଡିକୁ ଜବତ କରିଛି କାମାକ୍ଷାନଗର ପୋଲିସ ।
ସୂଚନା ଅନୁଯାୟୀ ଏକ ପିକଅପ ଗାଡି ଯୋଗେ କଟକ କୁ ଚୋରା ମଦ ଚାଲାଣ ହେଉଥିବାର ଖବର ପାଇ କାମାକ୍ଷାନଗର ପୋଲିସ
ଗାଡିଟିକୁ ପିଛା କରିଥିଲା । ତେବେ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ମଦ ବୋଝେଇ ଗାଡିଟିର ଟାୟାର ପମ୍ପଚର ହୋଇ ଯିବାରୁ ଗାଡିଟି ଯାଇ ପାରିନଥିଲା । ଫଳରେ ଗାଡିଟିକୁ ପୋଲିସ କାବୁ କରିବାରେ ସଫଳ ହୋଇଥିବା ବେଳେ ଚୋରା ମଦକୁ ମଧ୍ୟ ଜବତ କରାଯାଇଛି ।
