News
lipub
samparksetu

ମହିଳାଙ୍କୁ ମରଣାତ୍ମକ ଆକ୍ରମଣ,କାବୁ କରିବାକୁ ଯାଇଥିବା ବେଳେ ପୋଲିସକୁ କାମୁଡିଲା ଅଭିଯୁକ୍ତ

ପୂର୍ବ ଶତୃତାକୁ ନେଇ ବିବାହିତା ମହିଳାଙ୍କୁ ମରଣାତ୍ମକ ଆକ୍ରମଣ।ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି।ସୂଚନା ଅନୁସାରେ କାମାକ୍ଷାନଗର ଥାନା ରାଙ୍କିଆ ଗ୍ରାମର ବିଜୟ ମାହାନ୍ତି ଓ ପ୍ରକାଶ ମାହାନ୍ତି ୨ପରିବାର ମଧ୍ୟରେ ପୂର୍ବରୁ କଳିଝଗଡା ଲାଗି ରହିବା ସହିତ ମାଡପିଟ ଲାଗିରହିଥିଲା।

ତେବେ ଆଜି ସକାଳୁ ପ୍ରକାଶ ମାହାନ୍ତିଙ୍କ ସ୍ତ୍ରି ବାସନ୍ତି ମାହାନ୍ତିଙ୍କୁ ବିଜୟ ମାହାନ୍ତି ଅତର୍କିତ ଆକ୍ରମଣ କରିଥିଲା।ଫଳରେ ତାଙ୍କ ହାତ ଓ ଜଙ୍ଘରେ ଗଭିର ଆଘାତ ଲାଗିଥିବା ଜଣାପଡିଛି।

ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଉଧାର କରାଯାଇ ମେଡିକାଲରେ ଭର୍ତ୍ତିକରାଯାଇଥିବା ବେଳେ ପୋଲିସ ମେଡିକାଲରେ ପହଞ୍ଚି ଘଟଣା ସଂପର୍କରେ ବୁଝିବା ସହ ରାଙ୍କିଆ ଗ୍ରାମକୁ ଯାଇଥିବା ବେଳେ ଅଭିଯୁକ୍ତ ସହିତ କଥା ହେବା ସମୟରେ,ନିଜର ଭୂଲ ହୋଇଯାଇଥିବା କହି ପୋଲିସର ଗୋଡ ଧରିବା ବାହାନାରେ କାମୁଡି ଦେଇଥିଲା।

ଫଳରେ ସବ ଇନ୍ସପେକ୍ଟର ଙ୍କ ଗୋଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା।କୈାଶଳ କ୍ରମେ ପୋଲିସ ଅଭିଯୁକ୍ତକୁ ଧରି ଥାନାକୁ ଆଣିଥିବା ଜଣାପଡିଛି।

new life
You might also like
error: Content is protected !!