News
lipub
samparksetu

କେନାଲରୁ ଚାଷଜମିକୁ ପାଣି ନଯିବାରୁ ଚାଷୀଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଚେତାବନି

କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା । କଙ୍କଡାହାଡ଼ ଗ୍ରାମର ଜଣେ ଚାଷୀ ସୁଦର୍ଶନ ପଣ୍ଡା(୪୫)ନିଜ ଚାଷ ଜମିକୁ କେନାଲରୁ ପାଣି ନଯିବାରୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କେହି ନଶୁଣିବାରୁ ଆତ୍ମହୁତି କରିବାକୁ ଚେତାବନୀ ଦେଇଥିଲେ ।ବ୍ଲକ ପ୍ରଶାସନ ପକ୍ଷରୁ କେନାଲ ରୁ ମାଟି ଉଠାଯିବା ପ୍ରତିଶ୍ରୁତି ପାଇଲା ପରେ ଚାଷୀ ଆତ୍ମହୁତି ରୁ ଉଠିଥିଲେ।

ସୂଚନା ଅନୁସାରେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ବ୍ଲକ ପ୍ରଶାସନ ତରଫରୁ କଲେଜ ପାଖ ପଡିଆ ପାଖରେ ଥିବା କେନାଲ ଉପରେ ମାଟି ପକାଇ ଅସ୍ଥାଇ ରାସ୍ତା ନିର୍ମାଣ କରିଥିଲେ ଏହା ଦ୍ୱାରା କେନାଲ ବ୍ଲକ ହେଇଯିବା ଦ୍ୱାରା ପାଣି କେନାଲରେ ନଯିବାରୁ ଚାଷୀ ମାନେ ଚାଷ କାର୍ଯ୍ୟରେ ପାଣି ପାଇଁ ବହୁତ ଅସୁବିଧାର ପଡୁଥିଲେ ।ପଞ୍ଚାୟତ ନିର୍ବାଚନ ସରିବାର ୬ମାସ ବିତି ଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କେନାଲରୁ ମାଟି ଉଠା ନଯିବା ପରିତାପର ବିଷୟ ।ଏହି ଘଟଣା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଜେସିବ ମେସିନ ଦ୍ୱରା କେନାଲ ମଧ୍ୟରେ ଥିବା ମାଟିଉଠା ଯାଇଥିଲା ।

new life
You might also like
error: Content is protected !!