News
lipub
samparksetu

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା, ୩ ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବ୍ରlହ୍ମଣିଆ ଠାରେ ଆଜି ସନ୍ଧ୍ୟା ରେ ଏକ ଦୁର୍ଘଟଣା ଘଟି ଯାଇଛି l ବାଉଁଶପାଳ ଗ୍ରାମର ଧ୍ରୁବ ପାତ୍ର (୪୦), ବିନ୍ଦୁ ପାତ୍ର (୩୫), ସୁଜାତା ପାତ୍ର (୧୪), ନୂଆଗାଁ ରୁ ଆଜି ବାହାଘର ଭୋଜି ଖାଇ ମୋଟର ସାଇକେଲ ରେ ତାଙ୍କ ଗ୍ରାମ ବାଉଁଶପାଳ କୁ ଫେରୁଥିବା ସମୟରେ କେନାଲ ରୋଡ଼ ବ୍ରlହ୍ମଣିଆ ଠାରେ ଭାରସାମ୍ୟ ହରାଇ ଖସିପଡ଼ିଥିଲେ l

ମୋଟର ସାଇକେଲ ରୁ ଖସି ପଡ଼ିଥିବା କାରଣରୁ ଗୁରୁତର ଅବସ୍ଥାରେ ତାଙ୍କୁ କେନାଲ ରାସ୍ତା ରେ ଯାଉଥିବା କିଛି ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଦ୍ଵାରା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା l ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତିନି ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l

new life
You might also like
error: Content is protected !!