News
lipub
samparksetu

ଯାତ୍ରୀବାହି ବସ ଓ ଟ୍ରଲର ମୁହାଁମୁହିଁ ଧକ୍କା ;୧୦ରୁ ଅଧିକ ଆହତ

ଢେଙ୍କାନାଳ ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ ନିକଟରେ ମଙ୍ଗଳବାର ଏକ ବସ ଏବଂ ଟ୍ରଲର ମୁହଁ।ମୁହିଁ ଧକ୍କା ହେବା ଫଳରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି।

ତାଳଚେରରୁୂ ଜଗନ୍ନାଥ ନାମକ ଏକ ବସ କଟକ ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟେଇକୋଳିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଯାତ୍ରା କରୁଥିବା ୬୦ରୁ ଅଧିକ ଯାତ୍ରୀ ମାନଙ୍କ ମଧ୍ୟରୁ ୧୦ ଜଣରୁ ଅଧିକ ଆହତ ହୋଇଥିଲେ ।

ସେମାନଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଆହତ ଯାତ୍ରୀ ମାନେ ଭୁବନେଶ୍ୱର ଏବଂ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି । ଜଗନ୍ନାଥ ବସ ଅତି ଦୃତ ଗତିରେ ଚଳାଚଳ କରୁଥିବାରୁ ଏବଂ ରାସ୍ତା ଖରାପ ହେତୁ ଏଭଳି ଦୁର୍ଘଟଣା ଘଟିଥିବାର ଯାତ୍ରୀମାନେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!