News
lipub
samparksetu

କିଏ ତୁମେ ନାରୀ

କିଏ ତୁମେ ନାରୀ ଆସି ଅବତରି
କୋଳରେ ତୁମର ଜନମ ଦେଲ
ଦଶ ମାସ ଦଶ ଦିନର ଗୋଇଠା
ଅକାରଣେ ତୁମେ ସହି ଚାଲିଲ
ତୁମେ ବୋଧେ ଜଣେ ଦେବୀ ଥିଲ..
ମାଆ ହୋଇ ମୋର ଅବତରି ଆସି
ତୁମ କୋଳେ ମୋତେ ଜନ୍ମ ଦେଲ..।।

ମୁଖେ ମାଆ ମୋହର ଦେଲ ଯେ ଆହାର
ଝରାଇ ତୁମର ଅମୃତ ଝର
ସୁଝିକି ପାରିବି ମୂଲ ଅମୃତର
ସାତଜନ୍ମ ବିତି ଗଲେ ବି ମୋର
ମୁହିଁ ଅଟେ ସନ୍ତାନ ତୁମର..
ଦେବୀ ତୁମେ ମୋର ଭକ୍ତ ମୁଁ ତୁମର
କରିବନି କେବେ ତୁମଠୁ ଦୂର..।।

ହାତ ଧରି ମୋର ଦୁନିଆ ବାଟରେ
କିପରି ଚାଲିବି ଶିଖାଇ ଦେଲ
କର୍ତ୍ତବ୍ୟ କୁ ଜ୍ଞାନ ମନେ ମୋ ଭରିଣ
ଜ୍ଞାନୀ ଟିଏ ମୋତେ କରାଇ ଦେଲ
ମୋତେ ଋଣି ଟିଏ କରି ଦେଲ..
ଗୋଟେ ଜନ୍ମ ଯାଇ ସାତ ଜନ୍ମ ଗଲେ
ସୁଝି ପାରିବିନି ତୁମ ଜ୍ଞାନର ମୂଲ୍ୟ..।।

କର୍ତ୍ତବ୍ୟ ଦେଇଛ ଜ୍ଞାନ କରି ମୋତେ
କିପରି ଭୁଲିବି ମନରୁ ମୋର
ମରି ମଲା ଯାଏ ସେବା କରୁଥିବି
ଭକ୍ତ ଟିଏ ହୋଇ ମୁହିଁ ତୁମର
ତୁମେ ପରା ଦେବୀ ଅଟ ମୋର..
ପିଣ୍ଡରୁ ପରାଣ ଛାଡ଼ିଗଲା ପରେ
ନେବ ମୋତେ କୋଳକୁ ତୁମର..।।
ମୁହିଁ ସନ୍ତାନ ଅଟେ ତୁମର..।।

✍️ ଆଶୁତୋଷ ରାଉତ

new life
You might also like
error: Content is protected !!