News
lipub
samparksetu

କୁଲେଇ ଓ ଗେଙ୍ଗୁଟିଆ ଗାଁରେ ହାତୀ ଉପଦ୍ରବ

ପରଜଙ୍ଗ ଥାନା ମହାବିରୋଡ ରେଞ୍ଜ ଦଦରାଘାଟି ଫାଣ୍ଡି ରଙ୍ଗଥଳୀ ବିଟ୍ ଅଧୀନ ଗେଙ୍ଗୁଟିଆ ପଞ୍ଚାୟତର ଗେଙ୍ଗୁଟିଆ ଗ୍ରାମ ଓ କୁଲେଇ ଗ୍ରାମରେ ଗତକାଲି ରାତିରେ ୨୦ ରୁ ୩୦ ଟି ହାତୀ ଉଭୟ ଗ୍ରାମ ରେ ପଶି ଖଳା ରୁ ୩୦୦ ରୁ ଉର୍ଦ୍ଧ୍ବ ଧାନବିଡା ଖାଇବା ସହିତ କୁଲେଇ ଗ୍ରାମର କେଦାର ଜେନାଙ୍କ ଝରକା ଭାଙ୍ଗି ଘରୁ ଗୁଡ଼ ଥିବା ଟିଣ ଟାଣି ନେଇ ବାହାରେ ଫୋପାଡି ଦେଇଥିବାର ଦେଖିବାକୁ ମିଳିଛି ।

ଝରକା ବନ୍ଦ ଥିବା ସତ୍ତ୍ୱେ ହାତୀ  ତାର ଦାନ୍ତରେ ତାଡି ଝରକା ଭାଙ୍ଗି ଶୁଣ୍ଢରେ ଟାଣି ଘରୁ ଗୁଡ଼ ଜାର ଟି ବୋହି ନେଇଥିଲା। ପ୍ରାୟ ରାତି ୧୧ ଟାରୁ ରାତି ୩ ଟା ପର୍ଯ୍ୟନ୍ତ ହାତୀମାନଙ୍କ ତାଣ୍ଡବ ରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିଲେ। ବନବିଭାଗ ଆସି ହାତୀଙ୍କୁ ଘଉଡ଼ାଇଥିଲେ। କିନ୍ତୁ କିଛି ସମୟ ପରେ ପୁଣି ସେହି ଜାଗାକୁ ହାତୀମାନେ ଚାଲି ଆସିଥିଲେ।
 

new life
You might also like
error: Content is protected !!