News
lipub
samparksetu

ଜୀବନ

ଜୀବନର ମାନେ କଣ ଯେ!
କେବଳ କଣ  ସଂଘର୍ଷ?
ଭଲ ହେବାର ଦ୍ୱାହି ଦେବାକୁ ହୁଏ
ନିଜେ କେବଳ ଜଳିଜଳି
ଦେଖିବାକୁ ଅନ୍ୟ ମୁଂହରେ ହସ
ତଥାପି କଣ କରିହୁଏ ତୋଷ?
ଅଳ୍ପକିଛି କ୍ଷଣର ସନ୍ତୋଷ ପରେ

ଖୋଜିନ୍ତି ସେଥିରେ ଖୁଣଦୋଷ
ନିଆଁରେ ଘିଅ ଢ଼ାଳିଲା ପରି
ଚାଲେ ଖାଲି ଶିଖାମତା
ତିନି ତୁଣ୍ଡରେ ଛେଳି ସାଜେ କୁକୁର
ବାର ବର୍ଷର ତପସ୍ୟା
ଯାଏ ଶୁଖୁଆ ପୋଡ଼ାରେ
ଜମା କରନ୍ତି ଅଳିଆର ପାହାଡ଼ ପରି
ଅଭିଯୋଗ, ରଚନ୍ତି  ବିଦ୍ୱେଷ
ଭଲ କରିବାକୁ ଯାଇ ଅର୍ଜା ହୁଏ ଶତ୍ରୁ
ରହିଯାଏ ମନରେ ଆଶା

ଖୋଜାହୁଏ କୋଉଠି ରହିଲା ତୃଟି
ବୋଧହୁଏ ବଞ୍ଚିଥିଲେ ନୁହେଁ,
ସ୍ମଶାନ କୁ ଗଲା ପରେ ସମସ୍ତେ ବୁଝିବେ
କହିବେ କେତେ ଭଲଥିଲା ସତେ!
          

✍️ସ୍ମିତା ମହାନ୍ତି ,ରାଉରକେଲା

new life
You might also like
error: Content is protected !!