ଢେଙ୍କାନାଳ ଭୁବନ ପୂର୍ତ୍ତ ବିଭାଗ ରାସ୍ତାର ମଣିପୁର ଠାରେ ଆଜି ସକାଳ ପ୍ରାୟ ଆଠ ଟା ବେଳେ ବାଇକ ସାଇଡ ମାରିବାରୁ କାର ଟି ଜଣେ ନାବାଳିକା କୁ ଧକ୍କା ଦେବା ସହ ଗଛ ରେ ପିଟି ହୋଇଥିଲା ।
ଏହି ଦୁର୍ଘଟଣାରେ ୯ବର୍ଷର ନାବାଳିକା ସମେତ ଚାରି ଗୁରୁତର ହୋଇ ପ୍ରଥମେ ଭୁବନ ପରେ ଢେଙ୍କାନାଳ ଓ କଟକ ଡାକ୍ତରଖାନା କୁ ସ୍ଥାନାନ୍ତରିତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ଭୂଷଳ ଗ୍ରାମର ବିମଳ ସ୍ୱାଇଁ ନିଜ ଶାଶୁ ଙ୍କ ଗୋଡର ଚିକିତ୍ସା ପାଇଁ କଟକ ନେଇ କାର ଯୋଗେ ଯାଉଥିଲେ ।
ମଣିପୁର ନିକଟରେ ଜଣେ ବାଇକ ଆରୋହୀ କାର କୁ ସାଇଡ ମାରିବାରୁ କାର ଟି ଭରସାମ୍ୟ ହରାଇ ପ୍ରଥମେ ଜଣେ ୯ ବର୍ଷର ଝିଅ କୁ ଧକ୍କା ଦେଇଥିଲା , ପରେ ଏକ ଗଛ ରେ ପିଟି ହୋଇଥିଲା ।
ଆହତ ମାନେ ହେଲେ ଭୁବନ ଥାନା ମଣିପୁର ଗ୍ରାମ ର ଉଦୟ ଦେହୁରୀ ଝିଅ ଶ୍ରାବଣୀ ଦେହୁରୀ (୯), ଭୂଷଳ ର ବିମଳ ସ୍ୱାଇଁ( ୫୦) ,ଚଣ୍ଡୀପାଳ ଗ୍ରାମ ର ନବ କିଶୋର ବେହେରା(୩୪) ଓ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗ୍ରାମର ଦୋଳଗୋବିନ୍ଦ ନାୟକ ଙ୍କ ସ୍ତ୍ରୀ ପୁର୍ଣିମା ନାୟକ (୬୫) ।
