News
lipub
samparksetu

ଢେଙ୍କାନାଳିଆ ମୁଁ ଢେଙ୍କାନାଳିଆ

ଢେଙ୍କାନାଳିଆ ମୁଁ ଢେଙ୍କାନାଳିଆ
ସବୁ ଜିଲ୍ଲାଠୁ ମୋ ଜିଲ୍ଲା ବଢିଆ ।।
ସାରା ରାଇଜରେ ମୋ ଜିଲ୍ଲା ଆଗ,
ଅଛି ଭାଇ ଭାଇ ନାହିଁ ଛଳନା ରାଗ ।।

ସବୁ କ୍ଷେତ୍ରରେ ମୋ ଜିଲ୍ଲା ଆଗୁଆ,
ପ୍ରସିଦ୍ଧ ବରା ତା ଭାରି ବଢିଆ ।।
କବି ବ୍ରଜନାଥ ଏ ମାଟି ସୁତ ,
କଳ୍ପନା, ନନ୍ଦିନୀ ଆଉ ବାଜିରାଉତ ।।

କେତେ ମହାପୁରୁଷ ଏଇଠି ଜାତ,
ପ୍ରମାଣ ଦେଖାଏ ଇତିହାସ ଓ ଏ ଗଡ଼ଜାତ ।।
ଉତ୍ତରରେ ମୋର କପିଳାସ ପୀଠ ,
ଦକ୍ଷିଣରେ ଦେଖ ସପ୍ତଶଯ୍ୟା ମଠ ।।
ଯୋରନ୍ଦ।ରେ ଦେଖ ଶୂନ୍ୟ ମନ୍ଦିର,
ରୁଷି ପୀଠ ଏଠି କି ମନୋହର ।।

ସବୁ ସଂସ୍କୃତିରେ ମୋ ଜିଲ୍ଲା ଭରା,
ବହିଯାଏ ଏଠି ବ୍ରାହ୍ମଣୀ ଧାରା ।।
ଲକ୍ଷ୍ମୀ ପୂଜା ଆଉ ଭୁବନ ବଳଦ ଜାତ,
ସବୁ ଜାଗାରେ ଏହା ଜଣା ଶୁଣାତ ।।
ଶିଳ୍ପ ଆଉ ବିକାଶରେ ନାହିଁ ଅଭାବ,
ମୋ ଜିଲ୍ଲା ପାଇଁ ମୋର ଭାରି ଗରବ ।।

ବି ଦ୍ର: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି ଢେଙ୍କାନାଳ ଅପଡେଟ ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ ।

new life
You might also like
error: Content is protected !!