News
lipub
samparksetu

ମୂଲ୍ୟବୋଧ

ଷାଠିଏ ମହଣ ଘିଅ ହବ ନା ରାଧା ନାଚିବ ?
ଆ’ ଧନ, ଏବେ ଠୁଁ ଟୋପା ଟୋପା କରି ସଞ୍ଚି ଶିଖ୍
ନେଡି ଗୁଡ଼ କହୁଣିକୁ ବୋହିଗଲେ
ଜିଭ ଆଉ ଲେଉଟିବନି
ଥିଲା ଯାକେ ଭାଡ଼ି ପୁରୁଥିବ
ନଥିଲେ ଝୁରି ହେଉଥିବୁ ଆଜି ଭଳି

ଆ’ ଧନ, ଇତିହାସ ପଦେ ଅଧେ ପଢ଼ି ବୁଝ୍
ଖୋରଧା ଠୁଁ ଖରିଆର
ଢ଼ିଙ୍କିଶାଳ ଠୁଁ ଢେଙ୍କାନାଳ ସବୁ ଜାଣିଲେ ଯାଇ
ମଣିଷ ସିନା ଚିହ୍ନି ଶିଖିବୁ
ଆନ୍ଦୋଳନର ଅର୍ଥ ବୁଝିବୁ

ମୁଁ ଜାଣିଛି, ତୁ ବି ଦିନେ ପଚାରିବୁ
ସ୍ୱାଧୀନତା କ’ଣ ?
ପରାଧିନତା ପିଞ୍ଜରାରୁ ଫିଟି
ମୁକୁଳା ଆକାଶ ଛାତିରେ
ମନ ଖୋଲି ଉଡ଼ିଯିବା ହିଁ ସ୍ଵାଧୀନତା ରେ ଧନ
ତଥାପି ତୋ ବସା ଅଛି ସେଇ ଗଛ କୋରଡରେ
ଏଇ କଥା ଯେମିତି ଭୁଲି ନ ଯାଉ
ଯଦି ଭୁଲି ଯାଉ, ସେଇଟା ତେବେ ସ୍ୱେଚ୍ଛାଚାର

ଜାଣିଛୁ ରେ ବାବୁ,
ପରାଧିନତା କ’ଣ ?
ପରାଧିନତା ଗୋଟେ ଖୁଣ୍ଟ
ପରାଧିନତା ଗୋଟେ ପଘା
ପରାଧିନତା ଗୋଟେ ମୁଠା ଦାନ ଦିଆ ମଉଳା ଘାସ
ଆପଣା ଶିଙ୍ଗରେ ମାଟି ଖୋଳି
ମୁଣ୍ଡ ଝାଳ ତୁଣ୍ଡେ ମାରି
ବରଂ ପଖାଳ ମୁଠାକରେ ତୃପ୍ତି ଅଛି
ସେଇତକ ହିଁ ନିର୍ବିବାଦୀୟ ସ୍ଵାଧୀନତା

✍️କେଶବ ସାହୁ

new life
You might also like
error: Content is protected !!