News
lipub
samparksetu

ମୋ ଭୋଟ ମୋ ଅଧିକାର ସଚେତନତା କର୍ମଶାଳା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଠାରେ ମୋ ଭୋଟମୋ ଅଧିକାର ଶିର୍ଷକ କର୍ମଶାଳା ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେଥିବା କେନ୍ଦୁଝର ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି ।

ଭୋଟ ଅଧିକାର ସହିତ କୋଭିଡ୍ ମାର୍ଗଦର୍ଶିକାକୁ ଦୃଷ୍ଟିରେ ରଖି ଭୋଟର ମାନେ କିଭଳି ନିଜର ମତଦାନ ସଠିକ ଭାବରେ କରିପାରିବେ ଏବଂ ଉଚିତ ପ୍ରାର୍ଥୀକୁ ବାଛିବେ ସେ ସମ୍ପର୍କରେ
ଅବଗତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡାପଡା ବିଡିଓ ଦାଶରଥୀ ଜେନା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଧାଂଶୁ କୁମାର
ଶତପଥୀ,ସମ୍ମାନୀତ ଅତିଥି ଭାବରେ ଲମ୍ବୋଦର ସାହୁ,ଛବିନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ସହିତ ଜନସାଧାରଣ,କଲେଜ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛlତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଆ ଳିକ ଜନସମ୍ପର୍କ ବିଭାଗର
ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ତଥା କେନ୍ଦୁଝର ଶାଖାର ଜନ ସମ୍ପର୍କ ଅଧିକାରୀ ପାର୍ଥସାରଥୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

new life
You might also like
error: Content is protected !!