ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଖଡ଼କପ୍ରସାଦ ଓ ଶିବପରୁ ପଞ୍ଚାୟତରେ ସାନି ନିର୍ବାଚନ ପାଇଁ ବିଜେପି ତରଫରୁ ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଲିଖତି ଭାବରେ ନିବେଦନ କରାଯାଇଛି ।ବିଜେପି ତରଫରୁ ଜିଲ୍ଲା ପରିଷଦ ଜୋନ ୧ ନମ୍ବରର ବବିଲତା ବେହେରାଙ୍କ ଅଭିଯୋଗ ଅନୁସାରେ ଗତ ଖଡଗପ୍ରସାଦ
ଏବଂ ଶିବ ପରୁ ପଞ୍ଚାୟତରେ ୧୮ ତାରିଖ ଦିନ ମତଦାନ ସମୟରେ ଖଡଗପ୍ରସାଦରେ ୯ଶହରୁ ୧ ହଜାର ଏବଂ ଶିବପୁରରେ ୫ଶହରୁ ୬ଶହ ଭୋଟ ଜବରଦଖଲ କରି ମତଦାନ କରାଯାଇଛି।
ସାଧାରଣ ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ଯାଉଥିବା ବେଳେ ଶାସକଦଳ ଷଡଯନ୍ତ୍ର ଏବଂ ଅନୈତିକ ଉପାୟରେ ଜବରଦଖଲ କରି ପୋଲିଂ ଏଜେଣ୍ଟ ମାନଙ୍କୁ ହାତରେ କରି ଏଭଳି ମତଦାନ କରାଯାଇଥିବାର ସେ ଅଭିଯୋଗ କରିଛନ୍ତି ।
ମୃତ ଏବଂ ଅନୁପସ୍ଥିତ ଭୋଟର ମାନଙ୍କ ଭୋଟ ମଧ୍ୟ ପ୍ରଦାନ କରାଯାଇଛି । ଗତ ନିର୍ବାଚନରେ ବିଜେଡି ୧୮ଶହ ଭୋଟରେ ଆଗୁଆ ଥିବା ବେଳେ ଜୋନ ୧ରେ ବିଜେପି ବିଜୟୀ ହୋଇଥିଲା ।ବୁଥ
ଜବର ଦଖଲ ଏବଂ ଭୋଟ ପ୍ରଦାନରେ ଅନିୟମିତତା ଅଭିଯୋଗ କରି ପୁଣିଥରେ ମତଦାନ କରିବାକୁ ଜିଲ୍ଲାପରିଷଦ ଜୋନ-୧ର ପ୍ରାର୍ଥୀ ନିବେଦନ କରିଛନ୍ତି ।
