News
lipub
samparksetu

ଶୌଚାଳୟ ବରଣ୍ଡାରେ ସନ୍ତାନ ଜନ୍ମ କଲେ ପ୍ରସୂତି !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅଧିନସ୍ଥ ଓଡାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶୌଚାଳୟ ବରଣ୍ଡାରେ ସୁଇପରଙ୍କ ଦ୍ବାରା ଏକ ପୁତ୍ର ସନ୍ତାନ ଜନ୍ମଦେବା ଘଟଣା ଆଜି ଓଡାପଡା ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ମୋଟଙ୍ଗା ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମର ଦୁଷ୍ମନ୍ତ ନାଏକଙ୍କ ସ୍ତ୍ରୀ ଶୈଳ ନାଏକ ଙ୍କର ଆଜି ଭୋର୍ ୪ଟାବେଳେ ଗର୍ଭଯନ୍ତ୍ରଣା ହୋଇଥିଲା । ସ୍ବାମୀ ଦୁଷ୍ମନ୍ତ ଜନନୀ ଏକ୍ସପ୍ରେସ ମାଧ୍ୟମରେ ସକାଳେ ଓଡାପଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ କୌଣସି ଡାକ୍ତର କିମ୍ବା ଷ୍ଟାଫନର୍ସ ନଥିବା ଓ ଅପରେସନ ରୁମ ତାଲା ପଡିଥିବା ଦେଖି ଶୌଚାଳୟ ସାମନା ବରଣ୍ଡାରେ ବିଶ୍ରାମ ନେଇଥିଲେ ।

ପ୍ରସବ ବେଦନା ଜୋରରେ ହେବାରୁ ସେଠାରେ ଉପସ୍ଥିତ ଥିବା ଏକ ସୁଇପରଙ୍କ ସହାୟତାରେ ଶୈଳ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ । ସ୍ବାମୀ ଦୁଷ୍ମନ୍ତ ଏଠାରେ ତାଲାପଡିଥିବା ଦେଖି ଡାକ୍ତରଙ୍କ ସହିତ ଫୋନଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଶୈଳଙ୍କର ଏହା ୩ୟ ପ୍ରସବ ଓ ଉଭୟ ମାଆଛୁଆ ସୁସ୍ଥ ଥିବା ଜଣାପଡିଛି । ଡାକ୍ତରଖାନାରେ ଏସମ୍ବନ୍ଧରେ ଖବର ନେବାରେ ଜଣାପଡିଥିଲା କି ଏଠାରେ ମୋଟ ଦୁଇଜଣ ନର୍ସ ରହିଛନ୍ତି ହେଲେ ଅନୁପସ୍ଥିତ ଥିଲେ। ଜିଲ୍ଲାର ଏକ ଶିଳ୍ପାଞ୍ଚଳର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଏପରି ମନଇଚ୍ଛା କାମକୁ ବୁଦ୍ଧିଜୀବି ମହଳରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଉଚ୍ଚସ୍ତରୀୟ ତଦନ୍ତ ହେଲେ ପକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି ।

new life
You might also like
error: Content is protected !!